Latest Odisha News

BREAKING NEWS

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ଉର୍ଜିତ ପଟେଲ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ପଦରୁ ସୋମବାର ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ ।

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ବ୍ୟକ୍ତିଗତ କାରଣରୁ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅନେକ ଦିନରୁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଜାରି ରହିଥିବା ମତଭେଦ ତଥା ମନାନ୍ତର ଆଜି ଏକ ଭିନ୍ନ ମୋଡ ନେଇଛି ।

ଅନ୍ୟପକ୍ଷରେ ପୂର୍ବରୁ ତାଙ୍କ ଇସ୍ତଫା ନେଇ ଗୁଜବ ଉଠୁଥିବାବେଳେ ସେ ଇସ୍ତଫା ଖବରକୁ ଅସ୍ୱୀକାର କରି ଆସୁଥିଲେ । ଉର୍ଜିତଙ୍କ ଏଭଳି ହଠାତ୍ ନିଜ ପଦବୀରୁ ଇସ୍ତଫା ଦେବା ପରେ ଦେଶର ଅର୍ଥନୀତି ଉପରେ ଏହାର କି ପ୍ରଭାବ ପଡିବ, ସେନେଇ କଳ୍ପନା ଜଳ୍ପନା ଜାରି ରହିଛି ।

Leave A Reply

Your email address will not be published.