Latest Odisha News

BREAKING NEWS

ଆରବିଆଇ ନିର୍ଦ୍ଦେଶାବଳୀ: ଜାରି ହେଲା ନୂତନ ଋଣ ନିୟମ

ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିଛି। ଏହା ଅଧୀନରେ ଋଣ ଆକାଉଣ୍ଟରେ ଜରିମାନା ସମ୍ବନ୍ଧୀୟ ଅନେକ ନିୟମ ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି। ଆରବିଆଇ କହିଛି ଯେ ବ୍ୟାଙ୍କ ଏବଂ ନିୟନ୍ତ୍ରିତ ସଂସ୍ଥା ସେମାନଙ୍କ ରାଜସ୍ୱ ବୃଦ୍ଧି ପାଇଁ ଋଣ ଆକାଉଣ୍ଟରେ ଜରିମାନା ବିକଳ୍ପ ବ୍ୟବହାର କରିବା ଉଚିତ୍ ନୁହେଁ।

ରିଜର୍ଭ ବ୍ୟାଙ୍କ ଏକ ସର୍କୁଲାର ଜାରି କରିଛି, ଯେଉଁଥିରେ ବ୍ୟାଙ୍କଗୁଡିକ ଋଣ ଆକାଉଣ୍ଟରେ କିପରି ଦଣ୍ଡର ନିୟମ ପାଳନ କରିପାରିବେ ତାହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଋଣ ନେଇଥିବା ବ୍ୟକ୍ତି ସର୍ତ୍ତାବଳୀକୁ ପାଳନ ନକଲେ ଲାଗୁ ହେଉଥିବା ଫାଇନ୍‌କୁ “ଦଣ୍ଡବିଧାନ ଚାର୍ଜ” ଭାବରେ ଗ୍ରହଣ କରାଯିବ। ଏହାକୁ “ଦଣ୍ଡିତ ସୁଧ” ଭାବେ ବିବେଚନା କରାଯିବ ନାହିଁ। ଯାହାକୁ ଅଗ୍ରୀମ ଭାବେ ଧାର୍ଯ୍ୟ ସୁଧ ହାରରେ ଯୋଗ କରାଯାଇଥାଏ।

ଲୋନ୍‌ ନେଇଥିବା ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟରେ ଦୈୟ ପଇଠ କରିବାରେ ବିଫଳ ହେଲେ ତାଙ୍କ ଉପରେ ଲାଗୁ ହେଉଥିବା ଜରିମାନା ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଲାଗୁ ହେବାକୁ ଥିବା ଜରିମାନାଠୁ ଅଧିକ ହେବା ଉଚିତ ନୁହେଁ। ଯେତେବେଳେ ଗ୍ରାହକ ସେମାନଙ୍କର ଧାର୍ଯ୍ୟ କିସ୍ତି ଠିକ୍ ସମୟରେ ଦେୟ ଦେବାରେ ବିଫଳ ହୁଅନ୍ତି, ସେତେବେଳେ ଲୋନ୍‌ ଉପରେ ଦଣ୍ଡବିଧାନ ଶୁଳ୍କ ଆଦାୟ କରାଯାଏ।

ଆରବିଆଇ ସର୍କୁଲାର ଅନୁଯାୟୀ, ଏହି ନୂତନ ନିର୍ଦ୍ଦେଶାବଳୀ ଆସନ୍ତା ବର୍ଷ ଅର୍ଥାତ୍ ଜାନୁୟାରୀ ୧, ୨୦୨୪ ଠାରୁ କାର୍ଯ୍ୟକାରୀ ହେବ। କମର୍ସିଆଲ ବ୍ୟାଙ୍କ, ସ୍ଥାନୀୟ କ୍ଷେତ୍ର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସମେତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଏହି ନିୟମ ଅନ୍ତର୍ଗତ ଆସିବେ ଏବଂ ଏହି ନିୟମ ପେମେଣ୍ଟ ବ୍ୟାଙ୍କଗୁଡିକ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ସମସ୍ତ ପ୍ରାଥମିକ ଅର୍ବାନ ସମବାୟ ବ୍ୟାଙ୍କ, ଏନବିଏଫ୍‌ସି ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ଅଖିଳ ଭାରତୀୟ ଆର୍ଥିକ ପ୍ରତିଷ୍ଠାନ ପରି ଏକ୍ସିମ ବ୍ୟାଙ୍କ, ନାବାର୍ଡ, ଏନଏଚବି,ଏସଆଇଡିବିଆଇ ଏବଂ NaBFID ମଧ୍ୟ ଆରବିଆଇର ଏହି ନିର୍ଦ୍ଦେଶାବଳୀ ପାଳନ କରିବେ।

Comments are closed.