Latest Odisha News

BREAKING NEWS

ଆରବିଆଇ ଦ୍ୱାରା ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ଆୟୋଜିତ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି।

ତଦନୁଯାୟୀ, ଏହି ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବୃଆରୀ ୦୯ ରୁ ଫେବୃଆରୀ ୧୩, ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଛି। ଯାହା ଏହି ଅଭିଯାନର ଏକାଦଶ ସଂସ୍କରଣ। ଏହି ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ର ବିଷୟବସ୍ତୁ ହେଉଛି “KYC – ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡ଼କୁ ପ୍ରଥମ ପଦକ୍ଷେପ” ଏବଂ ଉପ ବିଷୟବସ୍ତୁ ହେଉଛି ” (KYC)ତୁମର ଗ୍ରାହକଙ୍କୁ ଜାଣିବାର ମୌଳିକ ବିଷୟ”, “କେନ୍ଦ୍ରୀୟ KYC ରେଜିଷ୍ଟ୍ରି (CKYC)” ଏବଂ “ଆକାଉଣ୍ଟ ସ୍ୱଚ୍ଛତା ଏବଂ ଶୃଙ୍ଖଳା”। RBI ପ୍ରମୁଖ ଟେଲିଭିଜନ, ରେଡିଓ ଚ୍ୟାନେଲ ଏବଂ ସାମାଜିକ ଗଣମାଧ୍ୟମ ଚ୍ୟାନେଲ ମାଧ୍ୟମରେ ଏଫଏଲଡବ୍ଲୁ ୨୦୨୬ର ବାର୍ତ୍ତା ଉପରେ ଏକ କେନ୍ଦ୍ରିତ ମିଡିଆ ଅଭିଯାନ ପରିଚାଳନା କରୁଛି।

ଆରବିଆଇ ଭୁବନେଶ୍ବର ପକ୍ଷରୁ ଏଫଏଲଡବ୍ଲୁ ୨୦୨୬ର ଉଦ୍ଘାଟନୀ ଉତ୍ସବ ୯ ଫେବୃଆରୀ ୨୦୨୬ ଦିନ ଅନୁଷ୍ଠିତ ହୋଇଯାଇଛି । ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ ମହାନ୍ତି ଏହି ଅବସରରେ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଏବଂ ବ୍ୟାଙ୍କ ଜମା ଖାତାରେ KYC ଅପଡେଟ୍ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସଂଜୀବ କୁମାର ମିଶ୍ର, ଆଇଏଏସ , ପ୍ରମୁଖ ସଚିବ, ଅର୍ଥ ବିଭାଗ, ଓଡ଼ିଶା ସରକାର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ। କାର୍ଯ୍ୟକ୍ରମରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ବିନୋଦ କୁମାର ଆର୍ୟା ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ଯୋଗ ଦେଇଥିଲେ। ଏହା ବ୍ୟତୀତ କାର୍ଯ୍ୟକ୍ରମରେ ବ୍ୟାଙ୍କିଂ ଅମ୍ବଡ୍ସମ୍ଯାନ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଡିଆଇଏଫ, ଅର୍ଥ ବିଭାଗ, ଓଡ଼ିଶା ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ, ସିଡବି, ଏନଏଚବି ର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବ୍ୟାଙ୍କର ନିୟନ୍ତ୍ରଣ ମୁଖ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ର, ଚାଷୀ, ଉଦ୍ୟୋଗୀ ଏବଂ ବରିଷ୍ଠ ନାଗରିକ ଭଳି ବିଭିନ୍ନ ଲକ୍ଷ୍ୟ ଗୋଷ୍ଠୀର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଏଫଏଲଡବ୍ଲୁ ୨୦୨୬ ର ବିଷୟ ବସ୍ତୁ ଏବଂ ଉପ ବିଷୟ ବସ୍ତୁ ଉପରେ ଆଲୋକପାତ କରି ରିଜର୍ଭ ବ୍ଯାଙ୍କ ଭୁବନେଶ୍ବରର କର୍ମଚାରୀ ମାନଙ୍କ ଦ୍ଵାରା ଆର୍ଥିକ ସାକ୍ଷରତା ଉପରେ ଏକ ନୁକ୍କଡ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।

 

Leave A Reply

Your email address will not be published.