Latest Odisha News

BREAKING NEWS

ଆଜିଠୁ ତିନି ଦିନିଆ ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ବୈଠକ

ନୂଆଦିଲ୍ଲୀ: ବଦିଳବ କି ରେପୋରେଟ ? ଏନେଇ ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିବ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ। ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ୮ ଥର ରେପୋରେଟେ ଅପରିବର୍ତ୍ତିତ ରହିଆସିଛି। ତେବେ ଆଜିଠାରୁ ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି ବୈଠକରେ ସମୀକ୍ଷା କରାଯିବ। ଶକ୍ତିକାନ୍ତଙ୍କ ଅଧ୍ଯକ୍ଷତାରେ ଏମପିସିର ୬ ଜଣ ସଦସ୍ଯ ବୈଠକରେ ଯୋଗଦେବେ।

୨୦୨୪-୨୫ରେ ତୃତୀୟ ଥର ଲାଗି ଏହି ବୈଠକ ବସୁଥିବାବେଳେ ଆରବିଆଇର ଆର୍ଥିକ ନୀତି ସମ୍ପର୍କରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସନ୍ତା ୮ ତାରିଖରେ ଘୋଷଣା କରିବେ। ତେବେ ଚଳିତ ଥର ମଧ୍ୟ ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ଆଶା କରିଛନ୍ତି ଅର୍ଥନୀତିଜ୍ଞ। ଗତ ୨୦୨୩ ଫେବ୍ରୁଆରୀରୁ ରେପୋରେଟ ୬.୫ ପ୍ରତିଶତ ରହିଥିବା ବେଳେ ଏହା ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇର ମନିଟାରୀ ପଲିସି କମିଟି ବା ଏମପିସି ଏହି ପଦକ୍ଷେପ ନେବ।

ଯଦି ରେପୋରେଟ ଅପରିବର୍ତ୍ତିତ ରୁହେ ତେବେ ଏହା ନବମ ଥର ଲାଗି ଅପରିବର୍ତ୍ତିତ ରହିବ। ଶେଷ ଥର ଲାଗି ସୁଧ ହାର ମେ ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ରେପୋରେଟ ହାର ୨.୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଯାହା ପରେ ନୀତି ହାର ୬.୫ ପ୍ରତିଶତକୁ ଖସି ଆସିଛି। ସେବେଠାରୁ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ଅର୍ଥ ହେଉଛି ଗତ ୮ଟି ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ।

 

Comments are closed.