Latest Odisha News

BREAKING NEWS

ଚତୁର୍ଥ ଥର ପାଇଁ ଆଇପିଏଲ ଫାଇନାଲରେ ଆରସିବି

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସକୁ ଆଇପିଏଲ ୨୦୨୫ କ୍ୱାଲିଫାୟର ୧ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ୨୦୦୯, ୨୦୧୧ ଓ ୨୦୧୬ ପରେ ୪ର୍ଥ ଥର ପାଇଁ ଆରସିବି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୯ ବର୍ଷ ପରେ ପୂନର୍ବାର ଦଳ ଏବେ ଆଇପିଏଲର ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିବ ।

ଟସ ଜିତି ଆରସିବି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଆରସିବି ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ପଞ୍ଜାବ ମାତ୍ର ୧୪.୧ ଓଭରରେ ୧୦୧ ରନ କରି ଅଲଆଉଟ ହୋଇ ଯାଇଥିଲା । ହାଜେଲଉଡ ଓ ସୂୟାଶ ଶର୍ମା ୩ଟି ଲେଖାଏଁ ଓ ୟଶ ଦୟାଲ ୨ଟି ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର ଓ ରୋମାରିୟୋ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଅଜମୁତାଲ୍ଲା ଓମ୍ରଜାଇ ଓ ପ୍ରଭସିମରନ ସିଂ ୧୮ ଲେଖାଏଁ ରନ ସଂଗ୍ରହ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

ଫିଲ ସଲ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆରସିବି ବିଜୟ ଲକ୍ଷ୍ୟକୁ ମାତ୍ର ୧୦ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ବିରାଟ କୋହଲି ପୂନର୍ବାର ପ୍ଲେ ଅଫରେ ଫେଲ ମାରିଛନ୍ତି । ସେ ୧୨ ବଲରେ ୧୨ ରନ କରି ଆଉଟ ହୋଇ ଯାଇଥିଲେc । ସଲ୍ଟ ୨୭ ବଲରେ ୫୬ ଓ ମୟଙ୍କ ଅଗ୍ରୱାଲ ୧୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ରଜତ ପାଟୀଦାର ୧୫ ରନ କରି ନଟଆଉଟ ରହିଥିଲେ । ପଞ୍ଜାବ ନିକଟରେ ଏବେ ବି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରହିଛି । ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବା ଏଲିମିନେଟରର ବିଜେତାକୁ ପଞ୍ଜାବ ଭେଟିବ । ଏଥିରେ ବିଜୟୀ ହେବା ଦଳ ଫାଇନାଲରେ ଆରସିବିକୁ ସାମ୍ନା କରିବ ।

Comments are closed.