ବେଙ୍ଗାଲୁର: ବିରାଟ କୋହଲି ଓ ଦେବଦତ ପାଡିକଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଗୁଜରାଟ ଟାଇଟାନ୍ସର ସାଈ ସୁଦର୍ଶନଙ୍କ ଶତକ ବ୍ୟର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୩ ୱିକେଟ ବିନିମୟରେ ୨୦୫ ରନ କରିଥିଲା । ସୁୂଦର୍ଶନ ୧୦୦ ଓ ଶୁଭମନ ଗିଲ ୩୨ ରନର ଇନିଂସ ଖେଳିଥିଲେ । ଜବାବରେ ଆରସିବି ୭ଟି ବଲ ବାକିଥାଇ ମ୍ୟାଚକୁ ଜିତି ନେଇଥିଲା । କୋହଲି ୪୪ ବଲରୁ ୮ ଚୌକା ଓ ୪ ଛକା ସହ ୮୧ ଓ ପାଡିକଲ ୨୭ ବଲରୁ ୫୫ ରନ ସଂଗ୍ରହ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ ।
ଅବଶ୍ୟ ଏହା ପରେ ବେଙ୍ଗାଲୁର ରଜତ ପାଟୀଦାର(୮), ଜୀତେଶ ଶର୍ମା(୧୦) ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଶେଷ ଭାଗରେ ଟିମ ଡେଭିଡ ୧୦ ଓ କୃଣାଳ ପାଣ୍ଡ୍ୟା ୨୩ ରନ କରି ଅପରାଜିତ ରହିଥିଲେ । କୋହଲି ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆରସିବି ୭ ମ୍ୟାଚରୁ ୧୦ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଗୁଜରାଟ ୭ ମ୍ୟାଚରୁ ୬ ପଂଏଟ ସହ ୭ମ ସ୍ଥାନକୁ ଖସି ଆସିଛି ।