ଜୟପୁର: ଚଳିତ ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୭୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୭୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଭୁବନେଶ୍ୱର କୁମାର, ୟଶ ଦୟାଲ, ଜୋଶ ହାଜେଲଉଡ ଓ କୃଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୧୮ ଓଭରରେ ଆରସିବି ଗୋଟିଏ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ।
କୋହଲି ତାଙ୍କ ଟି୨୦ କ୍ୟାରିୟରର ୧୦୦ତମ ଅର୍ଦ୍ଧଶତକ ଏହି ମ୍ୟାଚ ଅବସରରେ ହାସଲ କରିଥିଲେ । ସେ ୬୨ ଓ ଦେବଦତ ପାଡିକଲ ୪୦ ରନ କରି ଅପରାଜିତ ରହିଥିଲେ । ପୂର୍ବରୁ ଫିଲ ସଲ୍ଟ ୩୩ ବଲରେ ୬୫ ରନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇବା ପରେ ଆଉଟ ହୋଇଥିଲେ । କୁମାର କାର୍ତିକେୟ ତାଙ୍କୁ ଆଉଟ କରିଥିଲେ । ଆରସିବି ୬ ମ୍ୟାଚରେ ୮ ପଂଏଟ ହାସଲ କରି ପଂଟଏ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚରେ ୪ ପଂଏଟ ହାସଲ କରିଛି । ଟସ ଜିିତି ଆରସିବି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.