Latest Odisha News

BREAKING NEWS

ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ଆରଡିଏକ୍ସ ଜବତ !

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ସନ୍ଦେହଜନକ ଭାବେ ଶୁକ୍ରବାର ଏକ ବ୍ୟାଗ୍ ଜବତ କରାଯାଇଛି । ସେଥିରେ ବିପୁଳ ପରିମାଣର ବିସ୍ଫୋଟକ ସାମଗ୍ରୀ ରହିଥିବା ନେଇ ଆଶଙ୍କା କରାଯାଉଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଭୋର୍ ପ୍ରାୟ ୩ଟାରେ ଏହି ବ୍ୟାଗ୍ ଟର୍ମିନାଲ୍ ୩ରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ବ୍ୟାଗ୍ ମିଳିବା ପରେ ଲୋକେ ଏହା ଭିତରେ ଆର୍ଡିଏକ୍ସ ଥିବା ଆଶଙ୍କା କରି ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ, ସିଆଇଏସଏଫ୍ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଗକୁ ଯାଞ୍ଚ କରିଥିଲେ ।

ସିଆଇଏସଏଫ୍ ଏଡିଜି ଏମ୍ ଏ ଗଣପଥାୟୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏବେ ଏହି ବିସ୍ଫୋରକ ପଦାର୍ଥକୁ କନ୍ସିଡରେସନରେ ରଖାଯାଇଛି । ୨୪ ଘଣ୍ଟା ପରେ ଏହି ପଦାର୍ଥ ସମ୍ବନ୍ଧୀତ ସବିଶେଷ ତଥ୍ୟକୁ ସାର୍ବଜନୀନ କରାଯିବ । ସେ ଏହାମଧ୍ୟ କହିଛନ୍ତି ଯେ ଏହି ବିସ୍ଫୋରକ ପଦାର୍ଥ ସହ କିଛି ବୈଦ୍ୟୁତିକ ତାର ମଧ୍ୟ ସଂଯୋଗ ହୋଇ ରହିଛି । ଏବେ ଏହାକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ଏହା ଉପରେ ଫରେନ୍ସିକ୍ ଟିମ୍ ନିଜର ପରୀକ୍ଷା ଚଳାଇଛି” ।

ତେବେ ଏନେଇ ପୁଲିସ କୌଣସି ସ୍ପଷ୍ଟ ମତ ଦେବାକୁ ମନା କରିଥିଲେ ମଧ୍ୟ ବ୍ୟାଗରେ ବିସ୍ଫୋରକ ପଦାର୍ଥ ଥିବା ନେଇ ସ୍ୱୀକାର କରିଛି ।

ଉଲ୍ଲେଖଯୋଗ୍ୟ, ଏହି ବ୍ୟାଗ୍ ଠାବ ହେବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଏକ ଘଣ୍ଟା ପାଇଁ ବିମାନ ସେବା ବନ୍ଦ ରହିଥିଲା ।

Leave A Reply

Your email address will not be published.