Latest Odisha News

BREAKING NEWS

ଇସ୍ତଫା ଦେବେ କି ମମତା! କାହିଁକି ଏପରି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ଇସ୍ତଫା ଦେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମଧ୍ୟ ମମତାଙ୍କ ସହ ଆଲୋଚନା କରିବାକୁ ଆସିଲେନି ଆନ୍ଦୋଳନରତ ଡାକ୍ତରମାନେ । ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଆନ୍ଦୋଳନରତ ଡାକ୍ତରମାନେ ଆଲୋଚନା କରିବାକୁ ନ ଆସିବାରୁ ଏକ ବଡ ବୟାନ ଦେଇଛନ୍ତି ମମତା। ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି।

ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଇଥିଲେ। କିନ୍ତୁ ୨ ଘଣ୍ଟାରୁ ଅଧିକ ସମୟ ଧରି ମମତା ବାନାର୍ଜୀ ଅପେକ୍ଷା କରିବା ପରେ ବି ଡାକ୍ତରମାନେ ବୈଠକକୁ ଆସି ନ ଥିଲେ। ଏହା ପରେ ମମତା ବାନାର୍ଜୀ ହାତ ଯୋଡ଼ି ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ କହିଛନ୍ତି ଯେ, ଆମେ ଡାକ୍ତରଙ୍କୁ କାମକୁ ଫେରାଇ ଆଣିବାରେ ବିଫଳ ହୋଇଛୁ। ମୁଁ ଡାକ୍ତର ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହିଲି । ହେଲେ ସେମାନେ ଆସିଲେ ନାହିଁ । ମୁଁ ବି ପୂର୍ବରୁ ଅନେକ ଆନ୍ଦୋଳନ କରିଛି । ମୋର ଆଦୌ କ୍ଷମତା ଲୋଭ ନାହିଁ । ଲୋକଙ୍କ ସ୍ବାର୍ଥ ପାଇଁ ଆବଶ୍ୟକ ପଡ଼ିଲେ ମୁଁ ଇସ୍ତଫା ଦେଇଦେବି ।

ସୂଚନାଯୋଗ୍ୟ ଯେ, କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଛି।

Comments are closed.