Latest Odisha News

BREAKING NEWS

ସବୁ ମନେ ରହିବା ଅଭିଶାପ ପାଲଟିଛି ଏହି ମହିଳାଙ୍କ ପାଇଁ…

ବ୍ରିସବେନ: ଭଲ ସ୍ମରଣଶକ୍ତି ପାଇଁ ଆମେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଥାଏ । ମାତ୍ର ଅଷ୍ଟ୍ରେଲିଆର ୩୧ ବର୍ଷୀୟ ରେବେକା ଶାରାକା କିଛି ଭୁଲିବା ପାଇଁ ବିକଳ ହେଉଛନ୍ତି । ୨୦୦୪ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ତାଙ୍କର ମନେ ରହିଛି । କଣ ଖାଇଲେ, ପିନ୍ଧିଲେ ସବୁ କିଛି ତାଙ୍କ ମାନସପଟରେ ଲେଖି ହୋଇ ରହିଛି । କିଛି ଘଟଣା ସେ ଭୁଲିବାକୁ ଚାହୁଁଛନ୍ତି ମାତ୍ର ଭୁଲି ପାରୁ ନାହାନ୍ତି । ରେବେକା ହାୟର ସୁପରିୟର ଅଟୋବାୟୋଗ୍ରାଫିକାଲ ମେମୋରୀ (ହାଇପରଥାଇମେସିୟା)ରେ ଆକ୍ରାନ୍ତି ।

ଏ ପର୍ଯ୍ୟନ୍ତ ବିଶ୍ୱରେ ଏ ଭଳି ୬୦ ଲୋକଙ୍କୁ ଚିହ୍ନଟ କରାଯାଇ ପାରିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଉଜ୍ଜ୍ୱଳ ଆଲୋକ ଏବଂ ହଟ୍ଟଗୋଳ ପରିବେଶରେ ସେ ଶୋଇ ପାରୁଛନ୍ତି । ଶାନ୍ତ ପରିବେଶରେ ତାଙ୍କର ନିଦ ହେଉ ନାହିଁ । ରେବେକା ଓସିଡି, ମାନସିକ ଅବସାଦ ଓ ଅଟିଜିମରେ ରୋଗରେ ଆକ୍ରାନ୍ତ ଅଛନ୍ତି ।

Comments are closed, but trackbacks and pingbacks are open.