ନୂଆଦିଲ୍ଲୀ: ଦେଶର ୪୦ ଟି ମେଡିକାଲ କଲେଜ ଉପରେ ଭାରତ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାନୁସାରେ, ଏହି କଲେଜଗୁଡ଼ିକ ଗୁଜୁରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ପଶ୍ଚିମବଙ୍ଗର। ଏହି କଲେଜଗୁଡ଼ିକରେ ଅନେକ ପ୍ରକାରର ତ୍ରୁଟି ଦେଖିବାକୁ ମିଳିଥିଲା। ଏହା ପରେ ଜାତୀୟ ମେଡିକାଲ କମିଶନ ଏହି କଲେଜଗୁଡ଼ିକର ମାନ୍ୟତା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ ଦେଶରେ ଆଉ ୧୫୦ଟି କଲେଜର ମାନ୍ୟତା ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇପାରନ୍ତି। ଯଦି ଏହି କଲେଜଗୁଡ଼ିକ ଆବଶ୍ୟକ ମାନଦଣ୍ଡକୁ ଗ୍ରହଣ ନକରିବେ ତାହେଲେ ସ୍ୱୀକୃତି ବା ଲାଇସେନ୍ସ ବାତିଲ ହେବ। ଏହି କଲେଜଗୁଡ଼ିକରେ ବିଭାଗୀୟ ତଦନ୍ତ ସମୟରେ ବାୟୋମେଟ୍ରିକ୍ ଉପସ୍ଥାନ, ସିସିଟିଭି କ୍ୟାମେରା, ଅଧ୍ୟାପିକ ଓ ଅଧ୍ୟାପିକାଙ୍କ ସଂଖ୍ୟା ଆବଶ୍ୟକ ଅନୁଯାୟୀ ନଥିବା ଜାତୀୟ ଚିକିତ୍ସା ଆୟୋଗ (NMC) ଜାଣିବାକୁ ପାଇଛି।
ସୂଚନାନୁସାରେ, ମାସେ ହେବ ଏହି କଲେଜଗୁଡ଼ିକରେ ତଦନ୍ତ ଚାଲିଥିଲା। ଏହା ପରେ ଏନଏମସି ଏପରି ପଦକ୍ଷେପ ନେଇଛି। ସୂତ୍ରରୁ ପ୍ରକାଶ ଯେ ଏହି କଲେଜଗୁଡ଼ିକରେ ମେଡିକାଲ କଲେଜ ଚଳାଇବା ପାଇଁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ପାଳନ କରାଯାଇ ନାହିଁ।
ମେଡିକାଲ କଲେଜଗୁଡ଼ିକରେ ଆବେଦନ କରିବାର ସମୟ ଅଛି। ସ୍ୱୀକୃତି ବାତିଲ ହେବାର ୩୦ ଦିନ ମଧ୍ୟରେ ସେମାନେ ଏନଏମସିରେ ପ୍ରଥମେ ଆବେଦନ କରିପାରିବେ। ଯଦି ତାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଏ, ତେବେ ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟକୁ ଯାଇପାରିବେ।
Comments are closed.