Latest Odisha News

BREAKING NEWS

ଆରମ୍ଭ ହେଲା ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ

ଭୁନେଶ୍ୱର: ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବ୍ରିଜ୍ ଆଣ୍ଡ୍‌ ରୁଫ୍‌ କମ୍ପାନି (ଇଣ୍ଡିଆ) ପକ୍ଷରୁ ବସଷ୍ଟାଣ୍ଡ ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଖୁସିର କଥା ଏହାକି ଏହି ଉନ୍ନତିକରଣ କାର୍ଯ୍ୟ ଆଗାମୀ ୨ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ଶେଷ ହେବ ।

ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ। ଦୀର୍ଘ ଏକ ଦଶନ୍ଧି ହେବ ରାଜ୍ୟ ସରକାର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନେଇ ଯୋଜନା କରୁଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା।
୨୦୧୯ ସେପ୍ଟେମ୍ବର ୨୬ରେ ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ଉପରେ କ୍ୟାବି‌ନେଟ୍ ମୋହର ବା‌ଜିଥିଲା।

ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କି˚, ଏଲିଭେଟର ଓ ଏସ୍‌କ୍ଲାଭେଟର‌୍‌ ଆଦି ରହିବା ନେଇ ସୂଚନା । ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସ˚ଯୋଗ ହେବ। ସୂଚନାନୁସାରେ, ଏହି ବସଷ୍ଟାଣ୍ତରୁ ବସ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ।

Leave A Reply

Your email address will not be published.