Latest Odisha News

BREAKING NEWS

୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି ଭାରତ । ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରିଥିବାବେଳେ ୩୧ କୋଟିରୁ ଅଧିକ ମହିଳା ଭୋଟର ମତଦାନ ପର୍ବରେ ସାମିଲ ହୋଇଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ସମସ୍ତ ୟୁରୋପୀୟ ସଂଘର ୨୭ଟି ଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ସର୍ବାଧିକ । କେବଳ ଏତିକି ନୁହେଁ ଏଥର ସବାଧିକ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମଧ୍ୟ ମତଦାନ କରିଛନ୍ତି । ଏହସହ ମତଦାନରେ ନିଜର ଶ୍ରମ ଦାନ କରିଥିବା ସମସ୍ତ ପୋଲିଂ ପାର୍ଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜୀବ କୁମାର ।

ଏହି ନିର୍ବାଚନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୮୫ରୁ ଅଧିକ ବୟସ୍କ ଭୋଟରମାନେ ଘରୁ ଭୋଟ୍ ଦେଇଛନ୍ତି। ଗତ ୪ ଦଶନ୍ଧି ମଧ୍ୟରେ ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ସର୍ବଧିକ ମତଦାନ ହୋଇଛି। ଜାମ୍ମୁ କାଶ୍ମୀରରେ ସର୍ବାଧିକ ୫୮.୫୮ ପ୍ରତିଶତ ମତଦାନ ହୋଇଛି ଏବଂ ଘାଟିରେ ୫୧.୦୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ନିର୍ବାଚନୀ ପ୍ରକ୍ରୀୟାରେ ୬୮ ହଜାରରୁ ଅଧିକ ମନିଟରିଂ ଦଳ, ୧.୫ କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଗାଡି, ୧୩୫ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୬୯୨ଟି ବିମାନ ଉଡାଣ କରାଯାଇଥିଲା ।

ସେହିପରି ନିର୍ବାଚନ କର୍ମଚାରୀଙ୍କ ଦାୟିତ୍ବବାନ କାର୍ଯ୍ୟ ହେତୁ କମ୍ ସ୍ଥାନରେ ସାନି ମତଦାନ ହୋଇଛି । ୨୦୧୯ରେ ୫୪୦ଟି ଆସନରେ ସାନି ମତଦାନ ହୋଇଥିବା ବେଳେ ଏଥର ମାତ୍ର ୩୯ଟି ବୁଥରେ ସାନି ମତଦାନ ହୋଇଛି । ଏଥି ମଧ୍ୟରୁ ୨୫ଟି ବୁଥ କେବଳ ୨ଟି ରାଜ୍ୟରେ ରହିଛି । ମତଦାନ ସମୟରେ ନଗଦ ଟଙ୍କା, ଉପହାର, ଡ୍ରଗ୍ସ ଏବଂ ମଦ ସମେତ ୧୦ ହଜାର କୋଟି ଜବତ କରାଯାଇଛି । ଯାହା ୨୦୧୯ ନିର୍ବାଚନ ତୁଳନାରେ ୩ ଗୁଣା ଅଧିକ । ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ହେଇଛି ଭୋଟିଂ ବେଳେ ମାଓ ପ୍ରବଣ ଅଞ୍ଚଳ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାରେ ମାଓ ହିଂସା ହୋଇନି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର ।

 

 

Comments are closed.