Latest Odisha News

ଋଷିକୂଲ୍ୟା ମୁହାଁଣରେ ଅଲିଭ ରିଡଲେ କଇଁଛଙ୍କର ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଁଣରେ ଏଥର ଅଲିଭ ରିଡଲେ କଇଁଛମାନେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି। ଗତ ୪ ଦିନ ମଧ୍ୟରେ ମୋଟ ୫,୫୭,୮୮୦ ଅଣ୍ଡାଦାନ ହୋଇଛି। ଯାହା ପୂର୍ବ ଅପେକ୍ଷା ଅନେକ ଅଧିକ। ତେବେ ଆହୁରି ଦୁଇ ଦିନ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିବ ବୋଲି ଡିଏଫଓ କହିଛନ୍ତି। ଋଷିକୂଲ୍ୟା ମୁହାଣରେ ବର୍ତ୍ତମାନ ହଜାର ହଜାର ଅଲିଭ ରିଡେଲ କଇଁଛ ଅଣ୍ଡାଦାନ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇଛି ବୋଲି ସୂଚନା ମିଳିଛି।

ସୂଚନା ଥାଉକି ସବୁଥର ଚଳିତ ବର୍ଷ ଅଣ୍ଡାଦାନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୦୨୨ରେ ମାର୍ଚ୍ଚ ମାସରେ ଅଣ୍ଡାଦାନ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ମାସେ ଆଗରୁ ଫେବୃଆରୀ ମାସରେ କଇଁଛମାନେ ଅଣ୍ଡାଦାନ କରିଛନ୍ତି ବୋଲି ଡିଏଫଓ ସୂଚନା ଦେଇଛନ୍ତି। କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସେ କହିଛନ୍ତି।

Comments are closed.