ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସୁସ୍ଥ ହୋଇଥିବା ୬୦୯ ଜଣଙ୍କ ମଧ୍ୟରୁ ୨୬୮ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୧୩୫, ୩୭ ଜଣ ଖୋର୍ଦ୍ଧା, ୩୨ ଜଣ କଟକ, ବାଲେଶ୍ୱରରୁ ୨୫, କେନ୍ଦୁଝରରୁ ୨୩, ମୟୂରଭଞ୍ଜରୁ ୧୮, ଭଦ୍ରକରୁ ୧୨, ପୁରୀରୁ ୧୨, ସମ୍ବଲପୁରରୁ ୮, ଜଗତସିଂହପୁର ଓ ବରଗଡରୁ ୭, ଯାଜପୁରରୁ ୬, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୪, ବଲାଙ୍ଗିରରୁ ୩, ନବରଙ୍ଗପୁର, ରାୟଗଡାରୁ ଓ ରାୟଗଡାରୁ ୨ ଜଣ,ଗଜପତି ଓ ନୟାଗଡରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୪,୨୮୦ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୯୮୬୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୭୪ ଜଣ ମୃତ୍ୟୁବରଣ କରିଛନ୍ତି।
Comments are closed.