ଉତ୍ତରପ୍ରଦେଶ: ଆଜିକାଲି ରିଲ୍ସ ନିଶା ଯୁବପୀଢିଙ୍କୁ ଏପରି ମତୁଆଲା କରିଛି ଯାହାପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକେଇବାକୁ ମଧ୍ୟ ପଛାଉ ନାହାଁନ୍ତି । ନିକଟରେ ଏକ ୮ ସେକେଣ୍ଡର ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହକୁ ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ଏକ ୧୬ ବର୍ଷୀୟ ନାବାଳକ ଟ୍ରେନ ଲାଇନରେ ସ୍ଲୋ-ମୋସନ ଭିଡିଓ ବନଉଥିବା ବେଳେ ହଠାତ୍ ଆସିଲା ଟ୍ରେନ । ଆଉ ତା’ପରେ କ’ଣ ହୋଇଥିବା ଆପଣମାନେ ଅନୁମାନ କରିପାରୁଥିବେ । ଟ୍ରେନରେ କଟି ନାବାଳକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା ।
ଆଜ୍ଞା ହଁ । ଉତ୍ତରପ୍ରଦେଶର ବାରବାଙ୍କୀରେ ଦେଖିବାକୁ ମିଳିଛି ଏଭଳି ଏକ ଛାତିଥରା ଦୃଶ୍ୟ । ଯାହାର ଭିଡିଓ ଏବେ ସୋଶିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୌଲତପୁର ଗାଁରେ ରହୁଥିବା ମୁନାଙ୍କ ୧୬ ବର୍ଷୀୟ ପୁଅ ଫରମାନ ଗତ ଗୁରୁବାର ଦିନ ତାର କିଛି ସାଙ୍ଗମାନଙ୍କ ସହ ମିଶି ବାରାଓ୍ଵଫତକୁ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ । ହେଲେ ବାଟରେ ଦାମୋଦରପୁର ଗାଁଓ ନିକଟ ରେଲୱେ କ୍ରସିଙ୍ଗ ପାଖରେ ଅଟକି ରିଲ୍ସ ବନାଉଥିଲେ ସମସ୍ତେ । ରେଲୱେ ଟ୍ରାକ ଉପେରେ ଚଢି ସ୍ଲୋ-ମୋସନ ଭିଡିଓ ବନେଉଥିଲେ ଫରମାନ । ହଠାତ୍ ଦରଭଙ୍ଗା ପଟୁ ଆସୁଥିବା ଟ୍ରେନ ତାଙ୍କୁ ଘୋଷାଡିନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଫରମାନଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ସମୟର ଭିଡିଓ ସାଙ୍ଗର ମୋବାଇଲରେ ରେକର୍ଡ ହୋଇଛି । ଘଟଣା ସ୍ଥଳରେ ପୋଲିସ ଏବଂ ଜିଆରପି ପହଞ୍ଚି ସୂଚନା ଦେଇଥିଲା । ଏହାପରେ ମୃତଦେହକୁ ଯୁବକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ତେବେ ରିଲ୍ସ ବନାଇବା ବେଳେ ମୃତ୍ୟୁ ମୁଖରେ ପଡିବା ଏଇଟା କିଛି ନୁଆ କଥା ନୁହେଁ । ବିଗତ ଦିନରେ ଆପଣମାନେ ଏପରି ଅନେକ ଖବର ଶୁଣିଥିବେ । କିନ୍ତୁ ଚିନ୍ତାର ବିଷୟ ଏହା ଯେ, ଏତେ ସବୁ ଖବର ଶୁଣିବା ପରେ ମଧ୍ୟ ଆଜିକାଲିର ଯୁବପୀଢି ସଚେତନ ହେବା ବଦଳରେ ସୋସିଆଲ ମିଡିଆ ଲୋକଙ୍କୁ ଇମ୍ପ୍ରେସ କରାଇବା ପାଇଁ, ଆଉ କିଛି ଚର୍ଚ୍ଚା ପାଇଁ ଜୀବନକୁ ବାଜିରେ ଲଗାଇ ରିଲ୍ସ କରୁଛନ୍ତି ।
Comments are closed.