Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ବିଶ୍ୱରେକର୍ଡ ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ବିଶ୍ୱରେକର୍ଡ କରିବା ପାଇଁ ରହିଛି ସୁଯୋଗ । ସୂର୍ଯ୍ୟକୁମାର ଆନ୍ତର୍ଜାତୀୟ ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି । ଯଦି ଏସିଆ କପରେ ସେ ୨ଟି ଶତକ ହାସଲ କରିବେ ତେବେ ସର୍ବାଧିକ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହେବେ । ସେ ରୋହିତ ଶର୍ମା ଓ ଗ୍ଲେନ ମ୍ୟାକ୍ସୱେଲଙ୍କୁ ମଧ୍ୟ ପଛରେ ପକାଇଦେବେ । ଉଭୟ ଖେଳାଳି ୫ଟି ଲେଖାଏଁ ଶତକ ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି ।

ଏହା ବ୍ୟତୀତ ସୂର୍ଯ୍ୟକୂମାର ୪ଟି ଛକା ମାରିଲେ ଆନ୍ତର୍ଜାତୀୟ ଟି୨୦ରେ ୧୫୦ ଛକା ପୂରଣ କରିବେ । ଏହା କରିବାରେ ସେ ବିଶ୍ୱର ୫ମ ଖେଳାଳି ହେଲେ । ଏହି ତାଲିକାରେ ୨୦୫ ଛକା ସହ ରୋହିତ ପ୍ରଥମ ସ୍ଥାନରେ ରହିଛନ୍ତି । ମହମ୍ମଦ ୱାସିମ(୧୭୬), ମାର୍ଟିନ ଗୁପଟିଲ(୧୭୩) ଓ ଜୋସ ବଟଲର ୧୬୦ ଛକା ସହ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି । ଏସିଆ କପରେ ଭାରତ ୮ଥର ଟାଇଟଲ ହାସଲ କରିଛି । ୟୁଏଇରେ ଏଥର ଟି୨୦ ଫର୍ମାଟରେ ଏହା ଖେଳାଯାଉଛି । ଭାରତକୁ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି ।

Comments are closed.