ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଟିମ ଇଣ୍ଡିଆ ୨୧୧ ବୃହତ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଦିିନିକିଆ କ୍ରିକେଟରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ ବିଜୟ । ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୨୪୯ ରନ ବ୍ୟବଧାନରେ ଜିତିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୩୧୪ ରନ କରିଥିଲା । ସ୍ମୃତି ମାନ୍ଧାନା ୯୧ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରୀତିକା ରାୱତ ୪୦ ଓ ହରଲୀନ ଦେଓଲ ୪୪ ରନ କରିଥିଲେ ।
୩୧୫ ରନର ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ ୨୬.୨ ଓଭରରେ ୧୦୩ ରନ କରି ଅଲଆଉଟ ହୋଇ ଯାଇଥିଲଶ । ରେଣୁକା ସିଂ ୧୦ ଓଭରରେ ୨୯ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରିୟା ମିଶ୍ର ୨ଟି ଏବଂ ତିତାସ ସାଧୁ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତ ୨-୧ରେ ଟି୨୦ ସିରିଜ ଜିତିଥିଲା ।