Latest Odisha News

BREAKING NEWS

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ୨ଜଣ ଅଟକ, କ୍ରାଇମ ସିନ୍ ରି-କ୍ରିଏସନ୍ କରିବ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ମିଳିଲା ବଡ଼ ସୁରାକ । ସାତ ଦିନ ପରେ ଘଟଣାର ରହସ୍ୟ ଖୋଲୁଛି । ହତ୍ୟାକାଣ୍ଡ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । କଟାମୁଣ୍ଡ ଠାବ ପାଇଁ ସେମାନଙ୍କ ପଚରାଉଚରା ଜାରି ରଖିଛି ପୋଲିସ । ମୃତ ମହିଳାଙ୍କ ପରିଚୟ ବି ମିଳିଛି ।

ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ପୋଲିସ ଘଟଣାସ୍ଥଳକୁ ନେବ । ସେହିପରି ମର୍ଡର ସିନ୍ ରି-କ୍ରିଏସନ୍ ବି କରାଯିବ । କଟାମୁଣ୍ଡ କେଉଁଠି ରଖିଛନ୍ତି ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ଖୋଜି ବାହାର କରିବ ପୋଲିସ । କେଉଁ କାରଣରୁ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲେ ସେନେଇ ପଚରାଉଚରା ଚାଲିଛି ।
ଅବୈଧ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ମହିଳା ଦୁଇ ଅଭିଯୁକ୍ତଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଯାହାକୁ ଆଧାର କରି ହତ୍ୟାକାଣ୍ଡ ଘଟିଛି ।

ଅଭିଯୁକ୍ତଙ୍କୁ ଗିରଫ ପରେ କମିଶନରେଟ ପୋଲିସ ପ୍ରେମସିଟରେ ହତ୍ୟାକାଣ୍ଡ ବାବଦରେ ବିସ୍ତୃତ ସୂଚନା ଦେବ । ରାଜଧାନୀ ଉପକଣ୍ଠ ଚନ୍ଦକା-ଅନ୍ଧାରୁଆ ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ କମିଶନରେଟ ପୋଲିସ ମହିଳାଙ୍କ ପରିଚୟ ପାଇବା ପରେ ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟୁଛି ।

Leave A Reply

Your email address will not be published.