Latest Odisha News

BREAKING NEWS

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା: ରେଡ଼ ଓ୍ୱାର୍ଣ୍ଣିଂରେ ୧୩ ଜିଲ୍ଲା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଗତ ୨ ଦିନ ହେବ ଲଗାଣ ବର୍ଷାରେ ବେହାଲ ହେଲାଣି ରାଜ୍ୟ । ସବୁଆଡେ ଜଳମଗ୍ନ । ଅଧିକାଂଶ ନଦୀ ଫୁଲିବା ଆରମ୍ଭ କଲେଣି । ମାତ୍ର ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ସକାଳ ଯାଏଁ ଏହି ବର୍ଷା ଜାରି ରହିବ ।

ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ରେଡ଼ଓ୍ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ,ଦେବଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ। ଅନ୍ୟପଟେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁର ଆଦି ଜିଲା ପାଇଁ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପ୍ରକୋପ କମିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.