Latest Odisha News

ଲାଇଫଷ୍ଟାଇଲ ପରିବର୍ତ୍ତନ କରନ୍ତୁ, ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁନ୍ଦର ଦେଖାଯିବା ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ନାରୀମାନେ ନିଜର ତ୍ୱଚାର ଖାସ ଯତ୍ନ ମଧ୍ୟ ନିଅନ୍ତି। କିନ୍ତୁ ବେଳେ ବେଳେ ଆଖି ତଳେ କଳା ଦାଗ ବା ଡାର୍କ ସର୍କଲ ପଡିଗଲେ ତ୍ୱଚା ଫିକା ପଡିଯାଏ। ଏହାକୁ କମ କରିବା ପାଇଁ ଅନେକ ଔଷଧ ବ୍ୟବହାର ମଧ୍ୟ କରନ୍ତି। କିନ୍ତୁ ଔଷଧ କିଣିବା ସବୁବେଳେ ସମ୍ଭବପର ହୁଏ ନାହିଁ। ତେଣୁ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଡାର୍କ ସର୍କଲକୁ ଦୂର କରିପାରିବେ।

BjdElectrycity

ଏକ ସର୍ଭରୁ ଜଣାପଡିଛି ଯେ ଆଜିକାଲିର ଖରାପ ଲାଇଫ ଷ୍ଟାଇଲ ବା ଜୀବନଶୈଳୀ ଯୋଗୁଁ ଏହି ଡାର୍କ ସର୍କଲ ଭଳି ସମସ୍ୟା ଉପୁଯୁଛି। ଏହାକୁ କିପରି କିପରି ଦୂର କରିବେ ଆମେ ଆପଣଙ୍କୁ କହିବୁ।

ବ୍ୟାୟାମ…
ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ଭଲ ରହେ। ବ୍ୟାୟାମ କରିବା ଦ୍ୱାରା ଆମ ଶରୀରରେ ଏବଂ ଚର୍ମରେ ରକ୍ତ ସଞ୍ଚାଚଳନ ବୃଦ୍ଧି ପାଇଥାଏ। ଏଥି ସହିତ, ନିୟମିତ ବ୍ୟାୟାମ କରିବା ଦ୍ୱାରା ଆଖି ତଳେ କଳାଦାଗକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ସ୍କିନ ଏଜିଂ ହେବାକୁ ଦିଏ ନାହିଁ।

ଧୂମପାନ କରିବା ଅନୁଚିତ…
ଧୂମପାନ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ଧୂମପାନ କରିବା ଦ୍ୱାରା ତ୍ୱଚାରେ ଡାର୍କ ସର୍କଲ ହେବା ଏକ ବଡ଼ କାରଣ। କେବଳ ଡାର୍କ ସର୍କଲ ନୁହେଁ ଧୂମପାନ ଆମ ଶରୀର ପାଇଁ କ୍ଷତିକାରକ। କୁହାଯାଏ ସିଗାରେଟରେ ପ୍ରାୟ ଚାରି ହଜାର ରାସାୟନିକ ପଦାର୍ଥ ମିଳିଥାଏ, ଯାହା ଆମ ଚର୍ମକୁ ଡିହାଇଡ୍ରେଟ୍ କରିଥାଏ। ଏହା ବ୍ୟତୀତ ଧୂମପାନ ଇଲାଷ୍ଟିନ, ମେଲାନିନ ଏବଂ କୋଲାଜେନ୍ ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଲୁଣ ଖାଇବା ମାତ୍ରା କମ କରନ୍ତୁ…
ଲୁଣକୁ ସୋଡିୟମ୍ କୁହାଯାଏ, ଯାହା ଶରୀରକୁ ବହୁ ପରିମାଣରେ ଡିହାଇଡ୍ରେଟ୍ କରିଥାଏ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀର ଡିହାଇଡ୍ରେଟ୍ କରେ। ଏହି କାରଣରୁ ଆମର ତ୍ୱଚା ନଷ୍ଟ ହୋଇପାରେ। ଲୁଣରେ ସୋଡିୟମ ଅଧିକ ଥିବାରୁ ବିଶେଷଜ୍ଞମାନେ ଲୁଣଯୁକ୍ତ ଖାଦ୍ୟ ଏବଂ ଜଙ୍କ ଫୁଡ୍ ନଖାଇବାକୁ ପରାମର୍ଶ ଦିଅନ୍ତି।

ଶରୀରକୁ ହାଇଡ୍ରେଟ୍ ରଖନ୍ତୁ…
ଡାର୍କ ସର୍କଲ ହେବାର ସାଧାରଣ କାରଣ ହେଉଛି ଆମ ଶରୀର ଡିହାଇଡ୍ରେଟ୍ ହେବା। ଆମ ଶରୀରର ଅଧିକାଂଶ ଅଂଶ ପାଣିରେ ଗଠିତ। ଏହାକୁ ଆମ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିପାରିବା। ଜଳର ଅଭାବ ଆମ ଆଖି ପାର୍ଶ୍ୱରେ ଫୁଲିଯିବା ପରେ ଡାକ୍ସ ସର୍କଲ ଆରମ୍ଭ ହୁଏ। ତେଣୁ ନିଜକୁ ହାଇଡ୍ରେଟ୍ ରଖିବା ଜରୁରୀ।

Leave A Reply

Your email address will not be published.