ଉତ୍ତରକାଶୀ: ଉତ୍ତରପ୍ରଦେଶର ମଣିକର୍ଣ୍ଣିକାରେ ଭାଗୀରଥୀ ନଦୀରେ ରିଲ୍ସ୍ ବନାଇବାକୁ ଯାଇ ଜଣେ ମହିଳା ଭାସି ଯାଇଛନ୍ତି।
ଏହି ସମୟରେ ମହିଳାଙ୍କ ଝିଅ ଚିତ୍କାର କରି ଚାଲିଥିଲା ‘ମମି-ମମି…’। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମହିଳାଙ୍କ କୌଣସି ପତ୍ତା ମିଳିନାହିଁ।
ଏପ୍ରିଲ ୧୪ ତାରିଖରେ ମଣିକର୍ଣ୍ଣିକା ଘାଟରେ ଜଣେ ମହିଳା ବୁଡ଼ି ମୃତ୍ୟୁବରଣ କରିଥିଲେ। ବହୁତ ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳିନଥିଲା। ଏହି ମହିଳା ଜଣକ ନେପାଳୀ ବଂଶୋଦ୍ଭବ ବୋଲି ଜଣାପଡିଛି। ସୂଚନା ପାଇ ପୋଲିସ, ଏସଡିଆରଏଫ ଏବଂ କ୍ୟୁଆରଟି ନଦୀ ଏବଂ ଯୋଶୀଆଡା ବ୍ୟାରେଜ ହ୍ରଦରେ ଡଙ୍ଗା ଯୋଗେ ଖୋଜିଥିଲେ। କିନ୍ତୁ ମହିଳାଙ୍କ ସନ୍ଧାନ ମିଳିପାରିନଥିଲା।
ସୂଚନା ଅନୁଯାୟୀ ମହିଳା ଜଣକ ତାଙ୍କ ଝିଅକୁ ମୋବାଇଲ୍ ଫୋନ୍ ଦେଇ ଏକ ଭିଡିଓ ତିଆରି କରିବାକୁ କହିଥିଲେ। ଦୁର୍ଘଟଣା ଘଟିବା ସମୟରେ ଝିଅଟି ଭିଡିଓ ବନାଉଥିଲା। ଯାହାପରେ ଆଖି ସାମ୍ନାରେ ମାଆଙ୍କୁ ବୁଡ଼ି ଯାଉଥିବାର ଦେଖି ଝିଅଟି ଚିତ୍କାର କରିବା ଆରମ୍ଭ କରିଥିଲା।
Comments are closed.