Latest Odisha News

ସାମାନ୍ୟ ଭୁଲ ଯୋଗୁ କ୍ୱାର୍ଟରରେ ହାରିଲେ ରେସଲର ରିତିକା

ପ୍ୟାରିସ: ଭାରତର ମହିଳା ରେସଲର ରିତିକା ହୁଡ୍ଡା ସାମାନ୍ୟ ଭୁଲ ଯୋଗୁ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ୭୬ କିଗ୍ରା ବିଭାଗରେ ସେ କିର୍ଗିସ୍ତାନର ଅୟପେରୀ କିଜିଙ୍କ ବିପକ୍ଷରେ ଶେଷ ମୂହର୍ତରେ ଗୋଟିଏ ପଂଏଟ ହରାଇବା ଯୋଗୁ ପରାଜିତ ହୋଇଥିଲେ । ଯାହାକି ଭାରତୀୟ କ୍ରୀଡାପ୍ରେମୀଙ୍କୁ ବ୍ୟଥୀତ କରିଛି । ଅତ୍ୟଧିକ ରକ୍ଷଣାତ୍ମକ ଉଦ୍ୟମ ଯୋଗୁ ସେ ଏହି ପଂଏଟ ହରାଇଥିଲେ । ଉଭୟଙ୍କ ସ୍କୋର ସମାନ ଥିଲେ ମଧ୍ୟ ରେଫରୀଙ୍କ ଅତିରିକ୍ତ ପଂଏଟ କିଜିଙ୍କୁ ବିଜୟୀ କରାଇଥିଲା । ଅବଶ୍ୟ ରିତିକାଙ୍କ ନିକଟରେ ଏବେ ବି ବ୍ରୋଞ୍ଜ ପଦକ ଜିତିବା ସୁଯୋଗ ରହିଛି ।

କିର୍ଗିସ୍ତାନ ପହିଲିମାନ ଯଦି ଫାଇନାଲକୁ ଉନ୍ନୀତ ହେବେ ତେବେ ରିତିକାଙ୍କୁ ରେପେଚେଜରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ । ରିତିକା ଭାରତୀୟ ନୌସେନାରେ ଅଫିସର ଅଛନ୍ତି । ୨୦୨୨ରେ ବିଶ୍ୱ ଜୁନିୟର ଚାମ୍ପିୟନଶିପର ୭୨ କିଗ୍ରା ବିଭାଗରେ ଓ ୨୦୨୪ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Comments are closed.