Latest Odisha News

ନାରାୟଣ ମହାନ୍ତିଙ୍କ ସମ୍ପାଦିତ ‘ରିଫ୍ଲେକସନ୍ସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଦର୍ଶନ ଶାସ୍ତ୍ରବିତ୍ ନାରାୟଣ ମହାନ୍ତିଙ୍କ ସମ୍ପାଦିତ ପୁସ୍ତକ ‘ରିଫ୍ଲେକସନ୍ସ’ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୧୪ଜଣ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ଚିକିତ୍ସାବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ରାଜନୀତିବିଜ୍ଞାନୀଙ୍କ ରଚନା ସ୍ଥାନିତ ହୋଇଛି। ଦର୍ଶନଶାସ୍ତ୍ରର ନିଗୂଢ଼ ତତ୍ତ୍ୱକୁ ପ୍ରାବନ୍ଧିକମାନେ ସରଳ ଇଂରାଜୀ ଭାଷାରେ ଉପସ୍ଥାପନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରେଭେନ୍‌ସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଦର୍ଶନ ବିଭାଗର ମୁଖ୍ୟ ଅଶୋକ କୁମାର ତରାଇ, ନିଖିଳ ଉତ୍କଳ ଦର୍ଶନ ପରିଷଦର ସାଧାରଣ ସମ୍ପାଦକ ଶଚୀନ୍ଦ୍ର ରାଉଳ, ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ଶାଖାର ଆବାହକ ପବିତ୍ର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.