ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ “ଧୁରନ୍ଧର” କାଳ୍ପନିକ ହେଲେ ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଏହି ସ୍ପାଏ ଥ୍ରୀଲର ଫିଲ୍ମଟି ପାକିସ୍ତାନର କରାଚୀର ଲିଆରିରେ ସୁଟିଂ କରାଯାଇଥିଲା । ଯାହାକି ୨୦୦୦ ଦଶକର ପ୍ରାରମ୍ଭରେ ଏକ କୁଖ୍ୟାତ ଅଞ୍ଚଳ ଭାବରେ ପରିଚିତ ଥିଲା।
ତେବେ ଏହି ଫିଲ୍ମ ରେ ଅକ୍ଷୟ ଖାନ୍ନା ସେହି ଅଞ୍ଚଳର ଜଣେ ଡକୈତ୍ ରେହମାନ ଡାକୁ ନାମକ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଏହି ଚରିତ୍ର ଅନେକ ବିତର୍କ ସୃଷ୍ଟି କରିଥିଲେ ମଧ୍ୟ ବର୍ତ୍ତମାନ ରେହମାନଙ୍କର ଜଣେ ବନ୍ଧୁ ଏହି ଫିଲ୍ମକୁ ଖୁବ୍ ପ୍ରଶଂସା କରିଛନ୍ତି।
ଏନେଇ ଏକ ଭିଡିଓ ସେୟାର କରାଯାଇଥିଲା। ଯେଉଁଥିରେ ଦୁଇ ଦଶନ୍ଧି ଧରି ତାଙ୍କ ବନ୍ଧୁ ଥିବା ଜଣେ ଓକିଲ ଅର୍ଥାତ୍ ବାଲୁଚ୍ ରାଷ୍ଟ୍ରବାଦୀ ହବିବ୍ ଜାନ୍ ବାଲୁଚ୍ ଜଣେ ରିପୋର୍ଟରଙ୍କ ସହ କଥା ହୋଇ ଏହି ଫିଲ୍ମ ବିଷୟରେ ଆଲୋଚନା କରିଥିଲେ। ଆହ୍ରିଇ ଭିଡିଓରେ ପୋର୍ଟର ତାଙ୍କୁ “ଧୁରନ୍ଧର”ରେ ବନ୍ଧୁ ରେହମାନଙ୍କ ଭୂମିକା ବିଷୟରେ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯେ ଯଦି ଏଥିରେ ଆଉଟିକେ ଅଧିକ ଗୀତ ଥାଆନ୍ତା ତେବେ ଭଲ ହୋଇଥାଆନ୍ତ ଓ ସେ ଏହି ଫିଲ୍ମଟିକୁ ଦୁଇଥର ଦେଖିଥିବା ମଧ୍ୟ ଦାବି କରିଛନ୍ତି। ପାକିସ୍ତାନ ଯାହା କରିପାରିଲା ନାହିଁ, ଭାରତର ବଲିଉଡ୍ ତାହା କରିପାରିଛି। ସେଥିପାଇଁ ବଲିଉଡକୁ ଧନ୍ୟବାଦ ମଧ୍ୟ ଦେଇଥିଲେ।
ତେବେ ଫିଲ୍ମରେ ଯାହା ଦର୍ଶାଯାଇଛି ରେହମାନ ତା’ର ବିପରୀତ ବୋଲି ବାଲୁଚ୍ କହିଥିଲେ ଓ ରେହମାନ ଜଣେ ଖଳନାୟକ ନୁହଁନ୍ତି ବରଂ ଜଣେ ହିରୋ ଥିଲେ। ପାକିସ୍ତାନ ତାଙ୍କ ନିକଟରେ ଋଣୀ ଓ ଯଦି ରହମାନ ଏବଂ ଉଜୈର ବାଲୋଚ୍ ନଥାନ୍ତେ, ତେବେ ପାକିସ୍ତାନ ଆଜି ବାଂଲାଦେଶ ପରି କିମ୍ବା ଆହୁରି ଖରାପ ପରିସ୍ଥିତିରେ ଥାଆନ୍ତା ବୋଲି ସେ କହିଥିଲେ।
ଅପରପକ୍ଷେ ପାକିସ୍ତାନ ପିପୁଲ୍ସ ପାର୍ଟିର ସଦସ୍ୟମାନେ “ଧୁରନ୍ଧର”କୁ ସମାଲୋଚନା କରିଛନ୍ତି ଓ ଏହି ଚଳଚ୍ଚିତ୍ରରେ ଦଳକୁ ନକାରାତ୍ମକ ଭାବରେ ଦର୍ଶାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।