ବଲାଙ୍ଗୀର: ହସ୍ପିଟାଲରେ ମହିଳାଙ୍କ ମୃତଦେହକୁ ନେବା ବଦଳରେ ତାଙ୍କୁ ଛାଡି ଦେଇ ସଂପର୍କୀୟ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଡାକ୍ତରଖାନାରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଶବ ନେବାକୁ ବହୁ ଦୂରରୁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭର।
ମହିଳାଙ୍କ ମୃତଦେହ ନେବାକୁ ଆସିଥିବା ଡ୍ରାଇଭର ଜଣଙ୍କ ଏପରି ଅଭିଯୋଗ ଆଣିବା ପରେ ପୁଲିସ ଫାଣ୍ଡି ସଂପୃକ୍ତ ଗାଡ଼ି ଓ ମୃତଦେହକୁ ରଖି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ରିପୋର୍ଟରୁ ମୃତକ ଜଣକ ବଲାଙ୍ଗୀର ବଙ୍ଗମୁଣ୍ଡା ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡ଼ିଛି। ମୃତକଙ୍କ ସମ୍ପର୍କୀୟ କାହିଁକି ତାଙ୍କର ଶବ ସତ୍କାର ନକରି ଏପରି ଅବସ୍ଥାରେ ଛାଡ଼ିଥିଲେ ତାହା ସ୍ପଷ୍ଟ ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ଭିଣୋଇ ବୋଲି କୁହାଯାଉଥିବା ସମ୍ପର୍କୀୟ ଡ୍ରାଇଭରଙ୍କୁ ଟଙ୍କା ଆଣିବାକୁ ଯାଉଥିବା କହି ଘଟଣାସ୍ଥଳରୁ ଚାଲିଯାଇଥିଲେ । ଯିଏକି ଆଉ ଫେରିନଥିଲେ।
ଡ୍ରାଇଭରଙ୍କ କହିବା ଅନୁଯାୟୀ, ସେ ଅପରାହ୍ନ ୧ଟାରେ ବାହାରି ଅପରାହ୍ନ ୪ଟାରେ ହସ୍ପିଟାଲରେ ପହଞ୍ଚିଥିଲି। ସେ ମୋ ସହ ମିଛ ପ୍ରତିଶ୍ରୁତି ଦେଇଥିଲେ। ଏବଂ ପ୍ରାୟ ୨୨୦ କିଲୋମିଟର ଯାତ୍ରା ପାଇଁ ୮୦୦୦ ଟଙ୍କା ପରିବହନ ଶୁଳ୍କ ଦେବାକୁ ପଡିବ ବୋଲି ମୃତକଙ୍କ ସଂପର୍କୀୟ ଏପରି କରିଛନ୍ତି।
Comments are closed.