ମୁମ୍ବାଇ: ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଆସୁଛନ୍ତି ବରୁଣ ଧାୱନ୍ ଏବଂ ଜାହ୍ନବୀ କପୁର । ଚଳିତବର୍ଷ ରିଲିଜ୍ ହେବାକୁ ଯାଉଛି ବରୁଣ-ଜାହ୍ନବୀ ଅଭିନୀତ କମେଡି ଫିଲ୍ମ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମଟି ଏପ୍ରିଲ୍ ୧୮ରେ ରିଲିଜ୍ ହେବାକୁ ସ୍ଥିର କରାଯାଇଥିବା ବେଳେ ଏବେ ବଦଳିଛି ଫିଲ୍ମର ରିଲିଜ୍ ତାରିଖ । ଧର୍ମା ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ର ରିଲିଜ୍ ତାରିଖ ବଦଳିଛି । ଫିଲ୍ମଟି ଏପ୍ରିଲ୍ ୧୮ ନୁହେଁ ବରଂ ସେପ୍ଟେମ୍ବର ୧୨ରେ ରିଲିଜ୍ ହେବ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ ।
‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ ଫିଲ୍ମଟି ଘୋଷଣା ହେବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଛି। ଯେତେବେଳେ ନିର୍ମାତାମାନେ ସୂଚନା ଦେଇଥିଲେ ଯେ ଫିଲ୍ମରେ ଜାହ୍ନବୀ ଏବଂ ବରୁଣ ମୁଖ୍ୟ ଭୂମିକାରେ ନଜର ଆସିବେ ସେବେଠାରୁ ପ୍ରଶଂସକମାନେ ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବରୁଣ ଏବଂ ଜାହ୍ନବୀଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମଟି କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେଉଛି। ଶଶାଙ୍କ ଖୈତାନ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି।
ରଖୁଛୁ ଯେ ଶଶାଙ୍କ “ଧଡକ”, “ବଦ୍ରିନାଥ କି ଦୁଲହନିଆ” ଏବଂ “ହମ୍ପଟି ଶର୍ମା କି ଦୁଲହନିଆ” ଭଳି ଅନେକ ଲୋକପ୍ରିୟ ଫିଲ୍ମରେ କାମ କରିଛନ୍ତି। ନିକଟରେ ରାଜସ୍ଥାନର ଉଦୟପୁରରେ ଫିଲ୍ମର ସୁଟିଂ ଶେଷ ହୋଇଥିଲା । ଏଥିରେ ବରୁଣ, ଜାହ୍ନବୀଙ୍କ ବ୍ୟତୀତ ସାନ୍ୟା ମଲହୋତ୍ରା, ମନୀଷ ପଲ୍, ଅକ୍ଷୟ ଓବରୟ ଓ ରୋହିତ ସରାଫ୍ ଲିଡ୍ ରୋଲ୍ରେ ନଜର ଆସିବେ । ଫିଲ୍ମର କାହାଣୀ ଦୁଇ ବିପରୀତମୁଖୀ ଚରିତ୍ର ସନି(ବରୁଣ ଧୱନ୍) ଓ ତୁଲସୀ କୁମାରୀ(ଜାହ୍ନବୀ କପୁର) ଙ୍କ ଉପରେ ପର୍ଯ୍ୟବସିତ ।
Comments are closed.