Latest Odisha News

BREAKING NEWS

ଆରମ୍ଭ ହେଲା ମହଙ୍ଗା ମାଡ଼: ମୋବାଇଲ୍ ଟାରିଫ ଦାମ ବଢାଇଲା ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କୁ ବଡ଼ ଝଟକା । ଜିଓ ଟାରିଫ ବୃଦ୍ଧି କରିବ ରିଲାଏନ୍ସ ଜିଓ । କମ୍ପାନୀ ପକ୍ଷରୁ ପ୍ରିପେଡ ପ୍ଲାନ ଉପରେ ଲାଗୁଥିବା ଟାରିଫରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏ ବାବଦରେ ଆଜି କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ନୂଆ ନିୟମ ଜୁଲାଇ ୩ରୁ ଲାଗୁ ହେବ ବୋଲି କହିଛି କମ୍ପାନୀ।

ସୂଚନା ଅନୁସାରେ, ୨୮ ଦିନିଆ ୨ ଜିବି ଡାଟା ମିଳୁଥିବା ୧୫୫ ଟଙ୍କିଆ ପ୍ଲାନ ଏବେ ୧୮୯ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଦିନକୁ ୧ ଜିବି ଡାଟା ମିଳୁଥିବା ୨୦୯ ଟଙ୍କିଆ ପ୍ଲାନ ଏବେ ୨୪୯ରେ ପହଞ୍ଚି ଯାଇଛି । ଦିନକୁ ୧.୫ ଜିବି ଡାଟା ମିଳୁଥିବା ୨୩୯ ଟଙ୍କିଆ ପ୍ଲାନ ଏବେ ୨୯୯ରେ ପହଞ୍ଚି ଥିବା ବେଳେ ଦିନକୁ ୨ ଜିବି ଡାଟା ମିଳୁଥିବା ୨୯୯ ଟଙ୍କିଆ ପ୍ଲାନ ଏବେ ୩୪୯ରେ ପହଞ୍ଚିଛି । ସେହିପରି ଦିନକୁ ୨.୫ ଜିବି ଡାଟା ମିଳୁଥିବା ୩୪୯ ଟଙ୍କିଆ ପ୍ଲାନ ଏବେ ୩୯୯ରେ ପହଞ୍ଚିଥିବା ବେଳେ ଦିନକୁ ୩ ଜିବି ଡାଟା ମିଳୁଥିବା ୩୯୯ ଟଙ୍କିଆ ପ୍ଲାନ ଏବେ ୪୪୯ ଟଙ୍କାରେ ପହଞ୍ଚିଛି ।

କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍‌ ଓ ୨ଟି ପୋଷ୍ଟପେଡ୍‌ ପ୍ଲାନ୍ସ ରହିଛି। ୫ଜି ଏବଂ ଏଆଇରେ ପୁଞ୍ଜି ନିବେଶ କରି ଇନିଭେସନ ଓ ନିରନ୍ତର ବିକାଶ ଆଗକୁ ବଢାଇବାକୁ ଆମେ ଏହି ପଦକ୍ଷେପ ନେଇଛି । ସର୍ବବ୍ୟାପୀ, ଉଚ୍ଚ-ଗୁଣାତ୍ମକ ଏବଂ ସୁଲଭ ଇଣ୍ଟରନେଟ୍ ହେଉଛି ଡିଜିଟାଲ ଇଣ୍ଡିଆର ମେରୁଦଣ୍ଡ ଏବଂ ଜିଓ ଏଥିରେ ସହଯୋଗ କରି ଗର୍ବିତ ବୋଲି କହିଛନ୍ତି ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଚେୟାରନମ୍ୟାନ ଆକାଶ ଏମ୍ ଅମ୍ବାନୀ ।

Leave A Reply

Your email address will not be published.