Latest Odisha News

BREAKING NEWS

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ। ବେଙ୍ଗାଲୁରୁର ଏକ କୋର୍ଟ ରାହୁଲଙ୍କ ଉପରେ ରହିଥିବା ମାନହାନି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲା। ଏହି ଜାମିନ ବେଙ୍ଗାଲୁରୁର ୪୨ତମ ଏସିଏମଏମ (ACMM) କୋର୍ଟରୁ ଆସିଛି।

କର୍ଣ୍ଣାଟକର ଏକ ବହୁ ପ୍ରସାରିତ ସମ଼୍ବାଦ ପତ୍ରରେ ଅପମାନଜନକ ବିଜ୍ଞାପନ ଦେଇଥିବା ନେଇ ରାହୁଲଙ୍କ ବିରୋଧରେ ବିଜେପି ମାମଲା ରୁଜୁ କରିଥିଲା। ଯାହାର ବିଚାର କରି ସ଼୍ବତନ୍ତ୍ର ଅଦାଲତ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ କୋର୍ଟ ରାହୁଲଙ୍କୁ ଜୁନ୍‌ ୭ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ରାହୁଲ ଗାନ୍ଧୀଙ୍କୁ ତାଙ୍କ ବ୍ୟକ୍ତିଗତ ହାଜର ସମୟରେ କୋର୍ଟ ଏହି ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ବିଜ୍ଞାପନରେ ୨୦୧୯ ରୁ ୨୦୨୩ ମଧ୍ୟରେ ତତ୍କାଳୀନ ବିଜେପି ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲା। ଏହି ମାମଲାରେ କୋର୍ଟ ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ସେମାନେ କୋର୍ଟରେ ହାଜର ହୋଇଥିଲେ। ଜଷ୍ଟିସ କେ.ଏନ୍ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରସଙ୍ଗରେ ବିଜେପି କୋର୍ଟ ନିକଟରେ ପହଞ୍ଚିଥିଲା। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଦୁର୍ନୀତି ପ୍ରସଙ୍ଗରେ ତତ୍କାଳୀନ ବିଜେପି ସରକାରକୁ ଟାର୍ଗେଟ କରିଥିଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରି କଂଗ୍ରେସ ବିଜେପିକୁ କ୍ଷମତାରୁ ହଟାଇ ଦେଇଥିଲା।

Leave A Reply

Your email address will not be published.