Latest Odisha News

BREAKING NEWS

ବିଜେପି ବିଧାୟକ ଟିକେଟ୍ ଜାଲିଆତି ମାମଲାରେ ଭୁବନେଶ୍ୱରରୁ ଗିରଫ ହେଲେ ଧର୍ମଗୁରୁ ଅଭିନବ ହାଲଶ୍ରୀ

ଭୁବନେଶ୍ୱର: କର୍ଣ୍ଣାଟକରେ ଜଣେ ଶିଳ୍ପପତିଙ୍କୁ ବିଜେପି ବିଧାୟକ ଟିକେଟ୍ ଦେବା ନେଇ ପ୍ରତିଶ୍ରୁତି ଦେଇ ଜାଲିଆତି ମାମଲାରେ ଓଡ଼ିଶାରୁ ଜଣେ ପୂଜକ ତଥା ଧର୍ମଗୁରୁ ଗିରଫ ହୋଇଛନ୍ତି। ମଙ୍ଗଳବାର ଗିରଫ ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ଅଭିନବ ହାଲଶ୍ରୀ। ବିଜେପି ବିଧାୟକ ଟିକେଟ୍ ପାଇବା ପାଇଁ ଜଣେ ଶିଳ୍ପପତିଙ୍କଠାରୁ ଦେଢ଼ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ବିଜେପି ଓ ଆରଏସଏସର ବଡ ବଡିଆଙ୍କ ସହ ହଳଶ୍ରୀଙ୍କ ସମ୍ପର୍କ ଥିବା ନେଇ ଏବେ ଚର୍ଚ୍ଚା ହେଉଛି।

ଭୁବନେଶ୍ୱରରୁ ଟ୍ରେନ ଯୋଗେ ବୋଧଗୟା ଯାଉଥିବା ବେଳେ ହାଲଶ୍ରୀକୁ ଗିରଫ କରାଯାଇଛି। ସେ ଗେରୁଆ ପୋଷାକ ଛାଡ଼ି ଏକ ଟି-ସାର୍ଟ ପିନ୍ଧି ଟ୍ରେନରେ ଯାତ୍ରା କରୁଥିଲେ। ଯେଉଁ ସମୟରେ କର୍ଣ୍ଣାଟକ ପୋଲିସ ଗିରଫ କରିଛି। ଗତ ସେପ୍ଟେମ୍ବର ୧୨ ତାରିଖରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଚୈତ୍ର କୁଣ୍ଡପୁରା ଗିରଫ ହେବା ପରେ ହାଲଶ୍ରୀ ନିଖୋଜ ହୋଇଯାଇଥିଲେ। ସେ ହାଇଦ୍ରାବାଦ, ପୁରୀ ଓ କୋଣାର୍କ ଯାଇଥିଲେ। ହଳଶ୍ରୀ ଚାଷ ଜମି କିଣିବା ସହ ପେଟ୍ରୋଲ ଟାଙ୍କିରେ ପୁଞ୍ଜି ନିବେଶ କରିଥିବା ତଦନ୍ତରୁ ଜଣାପଡ଼ିଛି।

ଦକ୍ଷିଣ କନ୍ନଡ ଜିଲ୍ଲା ଅନ୍ତର୍ଗତ ବାଇନ୍ଦୁରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗୋବିନ୍ଦ ବାବୁ ପୂଜାରୀଙ୍କୁ ବିଜେପି ବିଧାୟକ ଟିକେଟର ପ୍ରତିଶ୍ରୁତି ଦେଇ ଦେଢ଼ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।

Comments are closed.