Latest Odisha News

BREAKING NEWS

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି: କିପରି ଥିଲା ତାଙ୍କ ଶେଷ ସମୟ ଜାଣନ୍ତୁ..

ଭୁବନେଶ୍ୱର: ମହାନ ଜନନାୟକ ତଥା ସ୍ଵାଧିନତା ସଂଗ୍ରାମୀ । ଯାହାଙ୍କ ପ୍ରଚେଷ୍ଟା ଓ ନେତୃତ୍ୱରେ ଆମେ ଭାରତବାସୀ ଆଜି ସ୍ୱାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି। ସେହି ରାଷ୍ଟ୍ରନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ପୂଣ୍ୟତିଥି ।

ଗାନ୍ଧୀଙ୍କ ହତ୍ୟା:

୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ “ନାଥୁରାମ ବିନାୟକ ଗଡସେ” ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ । ବାପୁଙ୍କ ନିକଟରେ ସେତେବେଳେ ଥିଲେ ତାଙ୍କ ପ୍ରିୟ ନାତୁଣୀ “ମନୁ ଗାନ୍ଧୀ” । ପାଦ ଛୁଇଁବା ଆଳରେ “ନାଥୁରାମ” ଅତି ନିକଟରୁ ବାପୁଜୀଙ୍କୁ ଗୁଳି କରିଥିଲେ ।

ପ୍ରଥମ ଗୁଳିଟି ତାଙ୍କ ପେଟରେ ବାଜିଥିଲା । ସେ ସେହିମୁହୁର୍ତ୍ତରେ ଚିତ୍କାର କରି “ହେ’ ରାମ” ଉଚ୍ଚାରଣ କରିବା କାଳରେ ଆଉ ଦୁଇଟି ଗୁଳି ତାଙ୍କ ଛାତିରେ ବିଦ୍ଧ ହୋଇଥିଲା । ଘଟଣାଟି ଏତେ ଅପ୍ରତ୍ୟାଶିତ ଥିଲା ଯେ , “ମନୁ ଗାନ୍ଧୀ” ଏବଂ ଅନ୍ୟମାନେ କିଛି ଜାଣିବା ଓ ବୁଝିବା ପୂର୍ବରୁ ଭାରତର ସୂର୍ଯ୍ୟଙ୍କୁ ଅସ୍ତମିତ କରିଦିଆଗଲା ।

ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ , ସଂଜ୍ଞାହୀନ ବାପୁଙ୍କୁ ତାଙ୍କ ରହଣୀସ୍ଥଳ ବିରଳା ଭବନକୁ ନିଆଗଲା । ସେଠାରେ ଗାନ୍ଧୀଙ୍କ ଶରୀରକୁ ଏକ ସଫା ଚଦରରେ ଘୋଡ଼ାଇ ଦିଆଯାଇଥିଲା । କିନ୍ତୁ ଯେତେବେଳେ , ତାଙ୍କ ସାନ ପୁତ୍ର “ଦେବଦାସ ଗାନ୍ଧୀ” ସେଠାରେ ପହଞ୍ଚିଲେ । ସେ ତୁରନ୍ତ ମହାତ୍ମାଙ୍କ ଉପରୁ ସେ ସଫା ଚଦର କାଢ଼ିନେଲେ । କାରଣ , ଏ ସମସ୍ତ ସମାଜ ଶାନ୍ତି ଆଉ ଅହିଂସାର ପୂଜାରୀଙ୍କ ସହ ହୋଇଥିବା ହିଂସାକୁ ଦେଖିପାରନ୍ତୁ । ମାତ୍ର ୨୦ ମିନିଟ୍ ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।

ଗାନ୍ଧୀଙ୍କ ଅନ୍ତିମ ସଂସ୍କାର:

ପୂର୍ବବର୍ତ୍ତୀ ସ୍ମୃତିସମ୍ବନ୍ଧୀୟ ବିରଳା ଭବନ, ନୂଆଦିଲ୍ଲୀ ଠାରେ ପ୍ରାୟ ସାଢ଼େ ୪ଘଣ୍ଟା ପରେ ଶୋଭାଯାତ୍ରା ଯମୁନା କୂଳରେ ପହଞ୍ଚିଥିଲା । ଜୟ ଜୟ ଗାନ , ବେଦ ପାଠ , ଶଙ୍ଖନାଦ କରାଇ ବାପୁଙ୍କ ଶବକୁ ପୂର୍ବରୁ ପ୍ରସ୍ତୁତ ଥିବା ଚନ୍ଦନ କାଷ୍ଠ ଆସନରେ ଶୁଆଇ ଦିଆଗଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ସଂସ୍କୃତ ଅଧ୍ୟାପକ “ପଣ୍ଡିତ ରାମାଧନ ଶାସ୍ତ୍ରୀ” ବେଦ , ମନ୍ତ୍ର , ସ୍ତୋତ୍ର ଆଦି ପଠନର ମୁଖ୍ୟ ଭୂମିକା ତୁଲାଇଥିଲେ । ବାପୁଙ୍କ କନିଷ୍ଠ ପୁତ୍ର

“ଦେବଦାସ ଗାନ୍ଧୀ” ମୁଖାଗ୍ନି ଦେଇଥିଲେ । ଫେବୃଆରୀ ମସିହା ୧୨ ତାରିଖରେ ପବିତ୍ର ତ୍ରିବେଣୀ ସଂଗମ ଜଳରେ ବାପୁଙ୍କ ଚିତାଭସ୍ମ ବିସର୍ଜିତ ହୋଇଥିଲା ।

Leave A Reply

Your email address will not be published.