କୁହାଯାଏ ଆବଶ୍ୟକତା ହିଁ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ଆଜିର ସଫଳ କାହାଣୀ ହେଉଛି ସୁଭାଷଙ୍କର । ସୁଭାଷ ହେଉଛନ୍ତି ଉସ୍ତାଦ ଫହୀମୁଲ୍ଲା ଖାନଙ୍କ ଶିଷ୍ୟ। ୧୯୮୮ମସିହାରେ ତାଙ୍କ ଠାରୁ ସୁଭାଷ ଶିଖିଥିଲେ ବଂଶୀ ବାଦନ। ଏହାପରେ ସଙ୍ଗୀତରେ ସେ ସ୍ନାତକୋତ୍ତର କଲେ ଓ ଆକାଶବାଣୀ ପାଟନାରେ ସୀକୃତିପ୍ରାପ୍ତ କଳାକାର ଭାବେ କାମ କରିବା ଆରମ୍ଭ କଲେ। ଦିଲ୍ଲୀରେ ଜଣେ ବଂଶୀବାଦକ ଭାବେ ସରକାରୀ ଚାକିରି ପାଇବା ପରେ ସେ ଦିଲ୍ଲୀ ଚାଲି ଆସିଲେ।
ସେହି ସମୟରେ ଭଲ ବଂଶୀର ମୂଲ୍ୟ ବହୁତ ଅଧିକ ରହୁଥିଲା କିମ୍ବା ଏହାକୁ ବହୁ କଷ୍ଟରେ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା। ଏସବୁ ଅସୁବିଧାର ସମ୍ମୁଖୀନ ହୋଇ ସୁଭାଷ ନିଜେ ବଂଶୀ ତିଆରି କରିବା ଆରମ୍ଭ କଲେ ।
ଧୀରେ ଧୀରେ ସୁଭାଷଙ୍କ ତିଆରି ବଂଶୀର ଚାହିଦା ବଢିବାକୁ ଲାଗିଲା।ଧୀରେ ଧୀରେ ସୁଭାଷ ବୁଝି ପାରିଲେ ଯେ ବଂଶୀ ତିଆରିରୁ ବଂଶୀ ବାଦନ ଅପେକ୍ଷା ଅଧିକ ପଇସା ମିଳୁଛି। ସଙ୍ଗୀତ ସାଜ ତିଆରି କରିବା ଗୋଟିଏ ଶ୍ରମ ସାପେକ୍ଷ ଓ କଳାତ୍ମକ ପ୍ରକ୍ରିୟା। ବଂଶୀ ତିଆରି ମଧ୍ୟ ଠିକ ସେହି ପରି। ଏଥିପାଇଁ ଉନ୍ନତ ମାନର ବାଉଁଶର ଆବଶ୍ୟକତା ରହିଛି। ଏହି ବାଉଁଶ କେବଳ ଉତ୍ତର ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ମିଳେ। ଥରେ ବାଉଁଶ ଆସିଗଲେ ତାକୁ ବଂଶୀ ପାଇଁ ସଜ କରିବାକୁ ତିନି ମାସ ସମୟ ଲାଗେ। ଏହାପରେ ସମ୍ପୂର୍ଣ ନିଖୁଣତାର ସହ ଏହି ବାଉଁଶ ଉପରେ କାମ କରିବାକୁ ପଡେ। ବଂଶୀର ଗୁଣବତ୍ତା ଏହାର ଛିଦ୍ରମାନଙ୍କ ଅବସ୍ଥିତି ଓ ବ୍ୟାସାର୍ଦ୍ଧ ଉପରେ ନିର୍ଭର କରେ। ସେଥିପାଇଁ ତ ବଂଶୀ ତିଆରି କରିବା ପାଇଁ ଅଧିକ ସମୟ ଲାଗେ ଓ ବହୁ ଯତ୍ନ ସହ କାମ କରିବାକୁ ପଡେ।
ବଂଶୀ ତିଆରି ଆରମ୍ଭ କରିବା ଦିନ ଗୁଡିକ ସୁଭାଷଙ୍କ ପାଇଁ ଏତେ ସହଜ ନଥିଲା। ବାଉଁଶରେ ଛିଦ୍ର କରିବା ପାଇଁ ଆବଶ୍ୟକ ହେଉଥିବା ଯାନ୍ତ୍ରିକ ଉପକରଣ ସେତେବେଳେ ଏତେ ସହଜରେ ମିଳୁନଥିଲା। ଏହି ଉପକରଣକୁ ସେ ଆମେରିକାରୁ ମଗାଇଥିଲେ। ଧୀରେ ଧୀରେ ଇଣ୍ଟରନେଟର ପ୍ରସାର ତାଙ୍କ କାମକୁ ସହଜ କଲା। ନିଜ କାମ ପାଇଁ ଆବଶ୍ୟକ ଯାନ୍ତ୍ରିକ ଉପକରଣ ସେ ସହଜରେ ପାଇପାରିଲେ।
ପରେ ପରେ ସୁଭାଷଙ୍କୁ ଅନଲାଇନ ମାଧ୍ୟମରେ ତାଙ୍କ ତିଆରି ବଂଶୀ ଗୁଡିକ ବିକ୍ରି କରିବା ଆରମ୍ଭ କଲେ ଏବଂ ୨୦୦୪ ମସିହାରେ ଡୋମେନ ପଞ୍ଜୀକରଣ କରାଇ ୱେବସାଇଟ ତିଆରି କଲେ। ଏହାପରେ ସୁଭାଷ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଡୋମେନ ହିଁ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ ବଂଶୀକୁ ପହଞ୍ଚାଇବାରେ ସାହାଯ୍ୟ କରିଛି ବୋଲି ସୁଭାଷ ମତ ଦିଅନ୍ତି। ଆଜି ପ୍ରେମ ଯଉଶା ଓ ନବୀନ କୁମାରଙ୍କ ପରି ପ୍ରତିଷ୍ଠିତ କଳାକାରମାନେ ସୁଭାଷଙ୍କ ତିଆରି ବଂଶୀ ହିଁ ବ୍ୟବହାର କରୁଛନ୍ତି।
Comments are closed.