ବାଲେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ପୂର୍ବରୁ ଏହି ମାର୍କେଟରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଏହି ରେମୁଣା ପରିବା ମାର୍କେଟକୁ ପ୍ରବଳ ଗହଳି ସାଙ୍ଗକୁ ଟ୍ରାଫିକ ଜାମ୍ ହେଉଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବଢୁଥିବା ଗହଳି ସହ ଲୋକେ କରୋନା କଟକଣାକୁ ମନୁ ନଥିବା ନଜରକୁ ଆସିଥିଲା। ଏହାର ପ୍ରତିକାର ସ୍ୱରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଜାରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଏପରି ନିଷ୍ପତ୍ତିକୁ ବିରୋଧ କରିଥିବା ବେଳେ ପୁଲିସ୍ ଲଗାଇ ମାର୍କେଟକୁ ସ୍ଥାନାନ୍ତର କରିଛି ପ୍ରଶାସନ।
Comments are closed.