Latest Odisha News

BREAKING NEWS

ଅଭିନେତା ଦର୍ଶନଙ୍କୁ ଜାମିନ ପ୍ରଦାନ ଘଟଣା; ହାଇକୋର୍ଟଙ୍କ ରାୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ…

ନ୍ୟାୟିକ କ୍ଷମତାର ଅପବ୍ୟବହାର କରାଯାଇଛି 

ନୂଆଦିଲ୍ଲୀ: କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରେଣୁକାସ୍ୱାମୀ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ମିଳିଥିବା ଜାମିନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ହତ୍ୟାର ମୁଖ୍ୟ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ଜାମିନ ପ୍ରଦାନ କରିବା ପ୍ରଥମ ଦୃଷ୍ଟିରୁ ନ୍ୟାୟିକ କ୍ଷମତାର ଅପବ୍ୟବହାର ପରି ମନେହୁଏ। କିନ୍ତୁ ଆମେ ଏପରି ଭୁଲ ପୁନରାବୃତ୍ତି କରିବୁ ନାହିଁ।

ଅଭିନେତା ଦର୍ଶନଙ୍କ ଜାମିନ ବାତିଲ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣିରେ ଦର୍ଶନଙ୍କୁ ଦିଆଯାଇଥିବା ଜାମିନ ରହିବ କି ନାହିଁ ତାହା ସୁପ୍ରିମକୋର୍ଟ ସ୍ଥିର କରିବେ। ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ ଓକିଲଙ୍କୁ ପଚାରିଥିଲେ, ଆପଣ କ’ଣ ଭାବୁନାହାଁନ୍ତି ଯେ ହାଇକୋର୍ଟ ଦୋଷମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି? ଅନ୍ୟ ମାମଲାରେ ହାଇକୋର୍ଟ ସମାନ ନିର୍ଦ୍ଦେଶ ଦେଇଥାନ୍ତି କି? ହାଇକୋର୍ଟଙ୍କ ମତ ବିବ୍ରତକର।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୪ରେ ୩୩ ବର୍ଷୀୟ ରେଣୁକାସ୍ୱାମୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ହତ୍ୟା ପୂର୍ବରୁ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଇଥିଲା। ଏହି ହତ୍ୟା ମାମଲାରେ ଅଭିନେତା ଦର୍ଶନଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ବାନ୍ଧିଥିଲା। କିନ୍ତୁ ପରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଜାମିନ ମିଳିଥିଲା। ଯାହା ବିରୋଧରେ ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲା।

 

Comments are closed.