Latest Odisha News

BREAKING NEWS

‘ଓଡ଼ିଶା-ମୋ ପରିବାର’ ଦ୍ୱାରା ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଶ୍ରମିକ

ଭୁବନେଶ୍ୱର: ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଞ୍ଚଳରୁ ଓଡିଶା ସରକାରଙ୍କ ସହାୟତାରେ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ୧୪ ତାରିଖରେ ସୁରେନ୍ଦ୍ର ଭରସାଗର ନାମକ ଜଣେ ବ୍ୟକ୍ତି ଓଡ଼ିଶା-ମୋ ପରିବାରକୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ଯେ, ତାଙ୍କ ସହିତ ଅନ୍ୟ ୧୪ଜଣ ଓ ସେମାନଙ୍କର ନାବାଳକ ପିଲାମାନଙ୍କୁ ଏକ ଠିକାଦାର ତେଲେଙ୍ଗାନା ବେୁଗୁମ୍ପେଟ ଜିଲ୍ଲାର ପେଡ଼ିପଲ୍ଲି ଗ୍ରାମରେ ଏକ ଇଟାଭାଟିରେ ଜୋରଜବରଦସ୍ତ ବିନା ମଜୁରିରେ ଖଟାଇବା ସହିତ ନାନା ପ୍ରକାର ନିର୍ଯ୍ୟାତନା ଦେଉଛି ।

ଏହି ଖବର ଜାଣିବାପରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶର ପୂର୍ବତନ ଡିଜିପି ଏସ୍‌.କେ. ହୁଡ଼ାଙ୍କୁ ଅବଗତ କରାଇବା ସହ ସେମାନଙ୍କୁ ଫେରାଇଆଣିବା ପାଇଁ ତାଙ୍କ ସହଯୋଗ ଲୋଡ଼ିଥିଲେ ।

ଶ୍ରୀ ହୁଡ଼ା ଓ ଓଡ଼ିଶା-ମୋ ପରିବାର ଟିମ୍ ସେଠାକାର ଜିଲ୍ଲାପାଳ ଓ ପୋଲିସ୍ ଡେପୁଟି କମିଶିନରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଫେବୃଆରୀ ୧୬ ତାରିଖରେ ଏସ୍‌.ପି. ଓ ତାଙ୍କ ଟିମ ପେଡ଼ାପଲ୍ଲିଠାରେ ଥିବା ଇଟାଭାଟି ଉପରେ ଚଢ଼ାଉ କରିଥିଲେ ଏବଂ ସେମାନଙ୍କୁ ଠାବ କରିଥିଲେ ।

ପରେ ଇଟାଭାଟିର ମାଲିକଙ୍କୁ ଦାଗିତ କରିବା ସହ ଯଥାଶୀଘ୍ର ସେମାନଙ୍କ ପ୍ରାପ୍ୟ ଦେଇ ସେମାନଙ୍କୁ ତାଙ୍କ ଗ୍ରାମକୁ ଫେରାଇଦେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ଠିକାଦାର ସମସ୍ତ ୧୫ ଜଣ ଶ୍ରମିକ ଓ ତାଙ୍କ ନାବାଳକ ପିଲାମାନଙ୍କୁ ସେମାନଙ୍କ ଫେରିବା ପାଇଁ ଟିକେଟ୍ ସହିତ ଖର୍ଚ୍ଚ ପ୍ରଦାନ କରିଥିଲେ । ପରେ ସେମାନେ ଟ୍ରେନଯୋଗେ ନିଜ ଗ୍ରାମକୁ ଫେରିଯାଇଥିଲେ।

Comments are closed.