Latest Odisha News

BREAKING NEWS

ବନବିଭାଗ କାବୁରେ ସହରରେ ବୁଲୁଥିବା କଲରାପତରିଆ ବାଘ

ବାରିପଦା: ଧରା ହେଲା କଲରାପତରିଆ ବାଘ। ବାରିପଦା ସହରରେ ବୁଲୁଥିବା କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାରେ ସଫଳ ହେଲେ ରେସ୍କୁ ଟିମ୍ । ଅନ୍ବେଷଣ ବେଳେ ବୁଢୀଖମାରୀ ଅଞ୍ଚଳରୁ ବାଘକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ ସ୍କ୍ବାଡ । ବାଘ ଧରାହେବା ପରେ ସ୍ଥାନୀୟ ଲୋକଙ୍କୁ ମିଳିଲା ଆଶ୍ବସ୍ତି ।

ତେବେ ଆଜି ସକାଳ ପାଖାପାଖି ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ପଳାଇଆସି ବାଘଟି ସହରେ ଭିତରେ ପ୍ରବେଶ କରିଥିଲା ।  ଯାହାକୁ ଦେଖିବା ପରେ କୁକୁରମାନେ ଜୋରରେ ଭୁକିବାକୁ ଲାଗିଥିଲେ। କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ଭିତରକୁ ପଶିଯାଇଥିଲା। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ବନ ବିଭାକୁ ଖବର ଦେଇଥିଲେ। ଏହା ପରେ ରେସ୍କୁ ଟିମ୍ ଓ ଟ୍ରାଙ୍କୁଲାଇଜ ଟିମଙ୍କ ସହିତ ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଧରିବାରେ ସଫଳ ହୋଇଛନ୍ତି।

Leave A Reply

Your email address will not be published.