Latest Odisha News

ଜିତିବ ଜୀବନ-ଅନ୍ତ ହେବ ଅପେକ୍ଷା.. ଆଉ କେଇ ଘଣ୍ଟା ପରେ ବାହାରକୁ ଆସିବେ ଟନେଲରେ ଫସିଥିବା ଶ୍ରମିକ

ଉତ୍ତରକାଶୀ:ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ୧୨ ଦିନ ପରେ ବାହାରକୁ ବାହାରିବେ ଟନେଲରେ ଫସି ରହିଥିବା ଶ୍ରମିକ । ସେମାନଙ୍କୁ ବାହାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏପଟେ ପରିବାର ଲୋକେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।

ଉତ୍ତରାଖଣ୍ଡ ଟନେଲରେ ଫସିଥିବା ସିଲକ୍ୟାରା ଟନେଲରେ ଫସିଥିବା ୪୧  ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଏଜେନ୍ସଙ୍କ କାମ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।ଏନଡିଆରଏଫର ୧୫ ଜଣିଆ ଟିମ ଏମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ନେଇଛନ୍ତି । ଆଉ କିଛି ସମୟ ପରେ ସେମାନେ ବାହାରକୁ ଆସିବେ । ଏହାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି । ଘଟଣାସ୍ଥଳରେ ଚିକିତ୍ସକଙ୍କୁ ମଧ୍ୟ ଡକା ଯାଇଛି ।

୮୦୦ ମିମି ଷ୍ଟିଲ ପାଇପ ଦ୍ୱାରା ଆବର୍ଜନା ଭିତର ଦେଇ ରାସ୍ତା ତିଆରି କରାଯାଇଛି । ଏହି ପାଇପ ଦେଇ ଶ୍ରମିକମାନେ ବାହାରକୁ ଆସିବେ ।  ଏହି କାମ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର ୬ ରୁ ୮ ମିଟର ଖନନ ବାକି ରହିଛି । ଯେ କୌଣସି ମୁହୂର୍ତ୍ତରେ ଏମାନେ ବାହାରକୁ ଆସିପାରନ୍ତି । ଏନଡିଆରଏଫର ଟିମ ପାଇପ ଲାଇନରେ ଭିତରକୁ ଯାଇ ପାଳି କରି ଶ୍ରମିକମାନଙ୍କୁ ବାହାରକୁ ଆଣିବେ । ଯଦି ଶ୍ରମିକମାନେ ଦୁର୍ବଳ ହୋଇପଡିଥିବେ ତେବେ ସେମାନଙ୍କୁ ସ୍କେଟ୍ସ ଲାଗିଥିବା ଟେମ୍ପରାରି ଟ୍ରଲିରେ ବାହାରକୁ ବାହାର କରିବେ ।

ଘଟଣାସ୍ଥଳରେ ୪୧ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଡାକ୍ତରଖାନାରେ ୪୧ଟି ବେଡ ମଧ୍ୟ ପ୍ରସ୍ତୁତ କରାଯାଇଛି । ଶ୍ରମିକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରି ରିଷିକେଶ ଏମ୍ସକୁ ନିଆଯିବ ।

Comments are closed.