Latest Odisha News

BREAKING NEWS

ବକ୍ସିଂ ଡେ ଟେଷ୍ଟ: ପନ୍ତ, ସୁନ୍ଦରଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ପୂନର୍ବାର ବ୍ୟାଟିଂ ବିପର୍ଯର୍୍ୟୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆର ୪୭୪ ରନ ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ୧୫୩ ରନରେ ଭାରତ ୩ଟି ୱିକେଟ ହରାଇଥିଲା । ମାତ୍ର ଏହା ପରେ ଦାୟିତ୍ୱହୀନତା ଯୋଗୁ ଶେଷ ୩ଟି ୱିକେଟ ୧୧ ରନରେ ହରାଇ ବିପଦରେ ପଡିଛି । ଏବେ ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦରଙ୍କ ବ୍ୟାଟିଂ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି । ବିଶେଷ କରି ତୃତୀୟ ଦିବସରେ ୱାଶିଂଟନଙ୍କ ନିକଟରୁ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ଭଲ ପ୍ରଦର୍ଶନ ଆଶା କରାଯାଉଛି ।

ଏମସିଜିରେ ୱାଶିଂଟନ ଭାରତର ଟ୍ରମ୍ପ କାର୍ଡ ହୋଇପାରନ୍ତି । ପନ୍ତ ୬ ଓ ଜାଡେଜା ୪ ରନ କରି ଅପରାଜିତ ରହିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ବିରାଟ କୋହଲି ଓ ଯଶସ୍ୱୀ ଜୈସୱାଲ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଥିଲେ ମଧ୍ୟ ଭୁଲ ବୁଝାମଣା ଯୋଗୁ ଯଶସ୍ୱୀ ରନଆଉଟ ହୋଇ ଯାଇଥିଲେ । ଏହା ପରେ ଭାରତ ଅଳ୍ପ ରନରେ ଆଉ ୨ଟି ୱିକେଟ ହରାଇଥିଲା । ଭାରତ ଏବେ ଅଷ୍ଟ୍ରେଲିଆ ସ୍କୋରଠାରୁ ୩୧୦ ରନ ପଛରେ ରହିଛି । ଫଲୋଅନ ଏଡାଇବାକୁ ଭାରତକୁ ଆଉ ୧୧୦ ରନର ଆବଶ୍ୟକତା ରହିଛି ।

Comments are closed.