Latest Odisha News

ରେଷ୍ଟ ଅଫ ଓଡିଶା ସି ଜିତିଲା କଳାହାଣ୍ଡି କପ

କଟକ: ଓଡିଶାର ଷ୍ଟାର ପେସର ଦେବବ୍ରତ ପ୍ରଧାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରେଷ୍ଟ ଅଫ ଓଡିଶା ସି କଳାହାଣ୍ଡି କପ ୨୦୨୪ ଟାଇଟଲ ହାସଲ କରିଛି । ଫାଇନାଲରେ ରେଷ୍ଟ ଅଫ ଓଡିଶା ସି ୭ ରନରେ ଭୁବନେଶ୍ୱର ଏକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ରେଷ୍ଟ ଅଫ ଓଡିଶା ସି ୪୫.୩ ଓଭରରେ ୧୩୪ ରନ କରି ଅଲଆଉଟ ହୋଇ ଯାଇଥିଲା । ବିଶ୍ୱଭୂଷଣ ବିହାରୀ ସର୍ବାଧିକ ୫୧ ରନ କରିଥିଲେ । ଦେବବ୍ରତ ୩୧ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସମ୍ବିତ ବରାଳ ୩୪ ରନରେ ୬ଟି ୱିକେଟ ହରାଇ ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଭୁବନେଶ୍ୱର ଏ ୧୩୫ ରନର ଲକ୍ଷ୍ୟକୁ ପିଛା କରି ୧୨୭ ରନରେ ଅଲଆଉଟ ହୋଇ ଯାଇଥିଲା । ଦେବବ୍ରତ ୪୭ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ସନ୍ଦୀପ ପଟ୍ଟନାୟକ ଭୁବନେଶ୍ୱର ଏ ପକ୍ଷରୁ ଏକାକୀ ସଂଘର୍ଷ କରି ୬୮ ରନ କରିଥିଲେ ।

୫୦ ଓଭର ବିଶିଷ୍ଟ କଳାହାଣ୍ଡି କପ ୨୦୨୪ ଆନ୍ତଃଜିଲ୍ଲା ଟୁର୍ଣ୍ଣାମେଂଟର ପ୍ରିଲିମିନାରୀ ରାଉଣ୍ଡରେ ୩୮ ଟିମ ଅଂଶଗ୍ରହଣ କରିଥିଲେ । ୬ଟି ଟିମ ସୁପର ଲିଗକୁ ଉନ୍ନୀତ ହୋଇଥିବା ବେଳେ ୪ଟି ରେଷ୍ଟ ଅଫ ଓଡିଶା ଟିମ ଗଠନ କରାଯାଇଥିଲା । ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଥିଲା । ଜୁନ ୫ରୁ ରାଉଣ୍ଡ ରବିନ ଲିଗ ଫର୍ମାଟରେ ମ୍ୟାଚଗୁଡିକ ଖେଳା ଯାଇଥିଲା । ରେଷ୍ଟ ଅଫ ଓଡିଶା ସି ଓ ଭୁବନେଶ୍ୱର ଏ ଫାଇନାଲକୁ ଉନ୍ନୀତ ହୋଇଥିଲେ ।

Leave A Reply

Your email address will not be published.