Latest Odisha News

BREAKING NEWS

ଅଧକିଲୋ ଚିକେନର ଦାମ୍ ୫୫୦୦ ଟଙ୍କା, ଗ୍ରାହକ ଛାନିଆ

ନୂଆଦିଲ୍ଲୀ: ସବୁ ଲୋକଙ୍କ ପ୍ରାୟ ଇଚ୍ଛା ଥାଏ ଯେ ସେମାନେ ସପ୍ତାହକୁ ଅତି କମରେ ଥରେ ବାହାରକୁ ଯାଇ ରେଷ୍ଟୁରାଣ୍ଟରେ ଖାଇବେ । ଲୋକମାନେ ଏପରି ଏକ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯିବାକୁ ମଧ୍ୟ ଚାହାଁନ୍ତି ଯେଉଁଠାରେ ସେମାନେ ଶସ୍ତା ଏବଂ ଭଲ ଖାଦ୍ୟ ପାଇପାରିବେ। ତଥାପି, କିଛି ରେଷ୍ଟୁରାଣ୍ଟ ଏବଂ ହୋଟେଲ ଏତେ ମହଙ୍ଗା ଯେ ସେଠାରେ ଖାଦ୍ୟର ମୂଲ୍ୟ ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ସ୍ଥାନରେ, ଅରଗାନିକ ପନିପରିବା ନାମରେ ଖାଦ୍ୟ ବହୁତ ଉଚ୍ଚ ମୂଲ୍ୟରେ ବିକ୍ରି ହୁଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରେଷ୍ଟୁରାଣ୍ଟ ବିଷୟରେ କହିବୁ ଯାହାର ଚିକେନ୍ର ମୂଲ୍ୟ ଶୁଣି ଆପଣଙ୍କ ହୋଷ୍ ଉଡ଼ିଯିବ।

ସାଧାରଣତଃ, ରେଷ୍ଟୁରାଣ୍ଟରେ ଚିକେନ୍ ଆଇଟମ୍ ଗୁଡିକ ୧୦୦ ରୁ ୨୦୦ ଟଙ୍କାରେ ମିଳିଯାଏ । କିନ୍ତୁ ଏହି ରେଷ୍ଟୁରାଣ୍ଟରେ ଅଧକିଲୋ ଚିକେନ୍ର ଦାମ୍ ୫,୬୦୦ ଟଙ୍କା । ଯେତେବେଳେ ଗ୍ରାହକମାନେ ଚିକେନ୍ ର ମୁଲ୍ୟ ଏତେ କାହିଁକି ବୋଲି ପଚାରନ୍ତି ସେତେବେଳେ ରେଷ୍ଟୁରାଣ୍ଟ ସେମାନଙ୍କୁ ଏପରି ଉତ୍ତର ଦିଏ ଯାହାକୁ ଶିଣି ଗ୍ରାହକମାନେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । ବାସ୍ତବରେ ଏହି ରେଷ୍ଟୁରାଣ୍ଟଟି ଚାଇନାରେ ଅଛି । ସେଠାରେ ଏକ ସ୍ୱତନ୍ତ୍ର ପ୍ରକାରର କୁକୁଡ଼ା ବିକ୍ରି ହେଉଛି। ଯାହାର ମୂଲ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଂଘାଇର ଏକ ରେଷ୍ଟୁରାଣ୍ଟକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ୪୮୦ ୟୁଆନ ଅର୍ଥାତ୍ ପ୍ରାୟ ୫୬୦୦ ଟଙ୍କାରେ ଅଧା ଚିକେନ୍ ଦିଆଯାଇଥିଲା। ଏହାପରେ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆ ସେହି ଚିକେନକୁ ନେଇ ନିଜର ମତ ସେୟାର କରି କହିଛନ୍ତି ଯେ, ଚିକେନର ମୂଲ୍ୟ ଶୁଣି ସେ ପ୍ରଥମେ ବେହୋସ ହୋଇଯାଇଥିଲେ। ଏଥିସହ ସହ ସେ ବ୍ୟଙ୍ଗରେ ରେଷ୍ଟୁରାଣ୍ଟକୁ କହିଥିଲେ ଯେ, କଣ ଏଠାରେ କୁକୁଡା ମାନଙ୍କୁ କ୍ଷୀର ଖୁଆଇ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଇ ପାଳନ କରାଯାଉଛି କି? ଏହା ପରେ ରେଷ୍ଟୁରାଣ୍ଟ ତରଫରୁ ଯେଉଁ ଉତ୍ତର ମିଳିଲା ତାହା ଶୁଣି ଗ୍ରାହକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ରେଷ୍ଟୁରାଣ୍ଟ କହିଥିଲା ଯେ, ଏହି କୁକୁଡ଼ାକୁ ସନଫ୍ଲାୱାର ଚିକେନ କିମ୍ବା ୟେଲୋ ଚିକେନ ମଧ୍ୟ କୁହାଯାଏ। ଏଗୁଡ଼ିକ ବିଶେଷକରି ସୂର୍ଯ୍ୟମୁଖୀ କ୍ଷେତରେ ପାଳନ କରାଯାଏ, ଯାହା ହେତୁ ଏଗୁଡ଼ିକ ଉଚ୍ଚ ମୂଲ୍ୟରେ ବିକ୍ରି ହୁଏ। ସେମାନେ ସୂର୍ଯ୍ୟମୁଖୀ ଗଛର ରସ ପିଅନ୍ତି। ଏହି କାରଣରୁ ସେମାନଙ୍କର ମାଂସ ବହୁତ ନରମ ଏବଂ ରସାଳ ହୋଇଥାଏ। କର୍ମଚାରୀ ଜଣକ କହିଲେ ଯେ କୁକୁଡ଼ାମାନେ କ୍ଷୀର ପିଅନ୍ତି ନାହିଁ କିନ୍ତୁ ସୂର୍ଯ୍ୟମୁଖୀ ରସ ପିଇ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଶୁଣି ବଡ଼ ହୁଅନ୍ତି। ଯଦି ଆପଣ ସମ୍ପୂର୍ଣ୍ଣ ସୂର୍ଯ୍ୟମୁଖୀ ଚିକେନ୍ ଖାଇବାକୁ ଚାହାଁନ୍ତି, ତେବେ ଏହାର ମୂଲ୍ୟ ୧୨,୦୦୦ ଟଙ୍କା ପଡିବ । ଯାହାକୁ ଶୁଣି ଗ୍ରାହକ ମଧ୍ୟ ବେହୋସ୍ ।

Comments are closed.