ଭୁବନେଶ୍ୱର: ମଦ ପିଇ ବିଧାନସଭା ଆସିଲେ ହରାଇବାକୁ ପଡିବ ଚାକିରୀ। ବିଧାନସଭା କର୍ମଚାରୀଙ୍କ ପାଇଁ ଏଭଳି କଡା କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେବଳ ସେତିକି ନୁହେଁ ପାନ, ସିଗାରେଟ ମନା । ଛେପ ପକାଇବାକୁ ବି ବାରଣ କରିଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନସିଂ କଥା ହେବା ପରେ ସେ ଏହି ସୂଚନା ଦେଇଛନ୍ତି।
କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଏନ୍ଆଇସି କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଭିଡିଓ କନଫରେନ୍ସିଂରେ ଭାଗ ନେଇଛନ୍ତି। କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଛି।
ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାନସଭାର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା ପରେ ଓଡିଶା ବାଚସ୍ପତି ସୂଚନା ଦେଇ କହିଛନ୍ତି, ବାହାର ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ସ୍ୱତନ୍ତ୍ର ହେଲପ୍ ଡେସ୍କ ଖୋଲାଯିବ। ସେମାନଙ୍କ ସମ୍ପର୍କରେ ତଥ୍ୟ ମିଳିଲେ ଥଇଥାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବାଚସ୍ପତି କହିଛନ୍ତି।
BREAKING NEWS
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
- Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍
- Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
Comments are closed.