Latest Odisha News

BREAKING NEWS

ମଦ ପିଇ ବିଧାନସଭା ଆସିଲେ ଚାକିରୀ ଯିବ: ବାଚସ୍ପତି

ଭୁବନେଶ୍ୱର: ମଦ ପିଇ ବିଧାନସଭା ଆସିଲେ ହରାଇବାକୁ ପଡିବ ଚାକିରୀ। ବିଧାନସଭା କର୍ମଚାରୀଙ୍କ ପାଇଁ ଏଭଳି କଡା କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେବଳ ସେତିକି ନୁହେଁ ପାନ, ସିଗାରେଟ ମନା । ଛେପ ପକାଇବାକୁ ବି ବାରଣ କରିଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନସିଂ କଥା ହେବା ପରେ ସେ ଏହି ସୂଚନା ଦେଇଛନ୍ତି।
କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଏନ୍‌ଆଇସି କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଭିଡିଓ କନଫରେନ୍ସିଂରେ ଭାଗ ନେଇଛନ୍ତି। କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଛି।
ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାନସଭାର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା ପରେ ଓଡିଶା ବାଚସ୍ପତି ସୂଚନା ଦେଇ କହିଛନ୍ତି, ବାହାର ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ସ୍ୱତନ୍ତ୍ର ହେଲପ୍ ଡେସ୍କ ଖୋଲାଯିବ। ସେମାନଙ୍କ ସମ୍ପର୍କରେ ତଥ୍ୟ ମିଳିଲେ ଥଇଥାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବାଚସ୍ପତି କହିଛନ୍ତି।

Leave A Reply

Your email address will not be published.