Latest Odisha News

BREAKING NEWS

ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା

ଭୁବନେଶ୍ବର : ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା । ଦୁଇ ମାସ ପାଇଁ କଟକଣା ଲଗାଇଛି କମିଶନରେଟ ପୋଲିସ । ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ଦେଖିବା ବାଧ୍ୟତାମୂଳକ ବୋଲି କହିଛି କହିଛି କମିଶନରେଟ୍ ପୋଲିସ । ବାର୍ ମାଲିକ ପଞ୍ଜୀକୃତ ସଂସ୍ଥାରୁ ନିରାପତ୍ତା କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରିବେ । ଏନେଇ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଜଣାଇବେ ବାର୍ ମାଲିକ ।

ଆସନ୍ତାକାଲିଠୁ ବାର୍ ଗୁଡିକ ପାଇଁ ଏହି ନୂଆ ନିୟମ ଲାଗୁ ହେବ । ଡିସେମ୍ବର ୩୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଆଇନ ଅନୁସାରେ, ସୁରକ୍ଷା କର୍ମୀ ସେମାନଙ୍କ ଦାୟିତ୍ବ ସମ୍ପାଦନ କରିବେ । ଯଦି ଦରକାର ପଡ଼େ, ତେବେ ୧୧୨କୁ ଫୋନ୍ କରି ପୋଲିସକୁ ଯୋଗାଯୋଗ କରିବାକୁ କୁହାଯାଇଛି । ସେହିପରି ସୁରକ୍ଷା ଦାୟିତ୍ବରେ ରହୁଥିବା ସୁରକ୍ଷା କର୍ମୀଙ୍କ ସମ୍ପର୍କରେ ବାର୍ ମାଲିକମାନ ନିକଟସ୍ଥ ଥାନାକୁ ଜଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.