Latest Odisha News

BREAKING NEWS

ଜାଗରରେ ମନ୍ଦିରରେ ଗହଳି ମନା, ଲାଗିବନି ମେଳା: ଜାରି କଲେ କଟକଣା

ଭୁବନେଶ୍ୱର: ଆଉ ଦିନକ ପରେ ମହାଶିବରାତ୍ରି । ତାପୂର୍ବରୁ ରାଜ୍ୟରେ ଜାଗର ଯାତ୍ରା ନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏବର୍ଷ ରାଜ୍ୟର ଶିବାଳୟ ପରିସର ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ମେଳା ବସିବା ଉପରେ କଟକଣା ଜାରି ହୋଇଛି । ଜାଗରଯାତ୍ରା ବେଳେ କୌଣସି ସ୍ଥାନରେ ମେଳା ଲାଗିବ ନାହିଁ । କରୋନା କାଳରେ ଗୋଟିଏ ସ୍ଥାନରେ ଭିଡ଼ି ଜମାଇଲେ ସଂକ୍ରମଣ ବଢ଼ିବାର ଆଶଙ୍କା କରି ମେଳାକୁ ମନା କରାଯାଇଛି। ଭିଡ଼କୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

BjdElectrycity
Leave A Reply

Your email address will not be published.