Latest Odisha News

BREAKING NEWS

ହତ୍ୟା ମାମଲାରେ ଗିରଫ ହେଲେ ଅବସରପ୍ରାପ୍ତ ଯବାନ

କଟକ: ଏକ ଗୁଳିକାଣ୍ଡ ହତ୍ୟା ମାମଲାରେ କଟକ ଜିଲ୍ଲା ଆଠଗଡ଼ ଥାନା ପୋଲିସ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗିରଫ କରିଛି । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଫେବ୍ରୁଆରୀ ୧୩ ତାରିଖରେ ଜେନାପଡ଼ାରେ ଗୁଳିକାଣ୍ଡ ହୋଇଥିଲା ।

ପିଲାଟି ଦିନରୁ ଅଭିଯୁକ୍ତ ବଂଶୀଧର ନାୟକ ଓରଫ୍ ଲିଟୁନା ତାଙ୍କ ମାମୁଙ୍କ ଘରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ସମ୍ପର୍କ ଥିବା ବେଳେ କୌଣସି କାରଣକୁ ନେଇ ଫାଟ ସୃଷ୍ଟି ହୋଇଥିଲା । ଘଟଣା ଦିନ ବଂଶୀଧର ଓ ତାଙ୍କ ବନ୍ଧୁ ଦୀନବନ୍ଧୁ ଏବଂ ଜିତୁନ ନାୟକଙ୍କ ସହ ଗାଁ ରାସ୍ତାରେ ଯାଉଥିଲେ ।

ସେହି ସମୟରେ ଲିଟୁନ୍ ତାଙ୍କ ସାଙ୍ଗ ଲିପୁନ, ବିଜୟ ଓ ବୀରୁଙ୍କ ସହ ଯିବାବେଳେ ମାମୁଙ୍କ ସହ କଥା କଟାକଟି ହୋଇଥିଲା । ଆଉ ସେହି ସମୟରେ ଲିଟୁନା ଅତି ନିକଟରୁ ବଂଶୀଧରଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଗୁଳିକାଣ୍ଡ ପରେ ଲିଟୁନ୍ ଫେରାର୍ ହୋଇ ଯାଇଥିବା ବେଳେ ବଂଶୀଧରଙ୍କ ସ୍ତ୍ରୀ ଏତଲା ଦେଇଥିଲେ । ବଂଶୀଧରଙ୍କ ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିବା ବେଳେ ଦୀନବନ୍ଧୁ ଓ ଜିତୁନ୍ ସୁସ୍ଥ ହୋଇଥିଲେ । ଏହି ମାମଲାରେ ପୋଲିସ ଢେଙ୍କାନାଳ-ଆଠଗଡ଼ ସୀମାରୁ ଅଭିଯୁକ୍ତକୁ ଗିରଫ କରିବା ସହ ବନ୍ଧୁକକୁ ଜବତ କରିଛି ।

Leave A Reply

Your email address will not be published.