Latest Odisha News

BREAKING NEWS

କରୋନା ଲଢ଼େଇରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ

ଭୁବନେଶ୍ୱର: କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ । ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲାରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ମାସେ ଧରି ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଡାକ୍ତର ସାଥୁଆ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

୩୫ ବର୍ଷ ଚାକିରି ଭିତରେ ଡାକ୍ତର ରାମଚନ୍ଦ୍ର ସାଥୁଆ କଳାହାଣ୍ଡି, କଟକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମେଡିକାଲ ଅଫିସର ଭାବରେ କାମ କରିଥିଲେ । ଚାକିରିରୁ ଅବସର ପରେ ଝାରସୁଗୁଡ଼ା, କୋଲାବିରା ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ପରୋପକାର ଓ ସାମାଜିକ କାର୍ୟ୍ୟରେ ନିଜକୁ ନିୟୋଜିତ କରିଥିଲେ ଡାକ୍ତର ସାଥୁଆ । ତାଙ୍କର ତିନି ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି ।

Leave A Reply

Your email address will not be published.