Latest Odisha News

ଆଇପିଏଲରେ ରିଟାୟର୍ଡ ଆଉଟ କେତେ ଠିକ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର ଏବେ ସମସ୍ତଙ୍କୁ ଘାରିଛି । କ୍ରିକେଟର ଏହି ମନୋରଞ୍ଜନ ରୂପକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଇମ୍ପାକ୍ଟ ପ୍ଲେୟାର ପରେ ଏବେ ରିଟାୟର୍ଡ ଆଉଟ ନେଇ ଚର୍ଚ୍ଚାରେ ଆଇପିଏଲ । ବର୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ତିଳକ ବର୍ମା ଓ ଡେଭନ କନୱେଙ୍କୁ ତାଙ୍କ ଦଳ ରିଟାୟର୍ଡ ଆଉଟ ଘୋଷଣା କରିଛି । ସବୁଠାରୁ ମଜାର କଥା ଏହି ୨ଟି ଘଟଣାରେ ସେମାନଙ୍କ ଦଳ ପରାଜୟବରଣ କରିଛି । ଚେନ୍ନାଇ ଟିମ କନୱେଙ୍କ ରିଟୟର୍ଡ ଆଉଟ ଘୋଷିତ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ ୪୯ ବଲରେ ୬୯ ରନ କରିଥିଲେ । ଦଳ ସେ ସମୟରେ ୧୩ ବଲରେ ୪୯ ରନ ବିଜୟ ପାଇଁ ଆବଶ୍ୟକ କରୁଥିଲା । କନୱେଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ । ସେ କିଛି ଖାସ କରିପାରି ନ ଥିଲେ ଦଳ ୧୮ ରନରେ ହାରିଥିଲା ।

ମାଇକେଲ କ୍ଲାର୍କ, ପୀୟୁଷ ଚାୱଲା ଓ ୱାସିମ ଜାଫରଙ୍କ ପରି ପୂର୍ବତନ ଖେଳାଳି ଏ ନେଇ ପ୍ରଶ୍ନ ଉଠାଇଛନ୍ତି । କ୍ରିକେଟର ମୌଳିକତା ଦିନକୁ ଦିନ କମିବାରେ ଲାଗିଛି । ବୋଲରଙ୍କ ପାଇଁ ଆଇପିଏଲ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି । ଜଣେ ପୂର୍ବତନ ଖେଳାଳିଙ୍କ କହିବା ଅନୁସାରେ କ୍ରିକେଟରେ ବ୍ୟାଟିଂ ଓ ବୋଲିଂ ମଧ୍ୟରେ ସମତୁଲ ରହିବା ଜରୁରୀ । ସେହିପରି ମନଇଚ୍ଛା ନିୟମ ଲାଗୁ କରାଯିବା ଫଳରେ ଏହାର ମାନ କମୁଛି । ଜଣେ ଖେଳାଳିଙ୍କୁ ଏହି ଭଳି ଆଉଟ ଘୋଷଣା କରିବା ଏକପ୍ରକାର ଅପମାନ ସଦୃଶ ମନେ କରାଯାଉଛି । କନୱେ ମଧ୍ୟ ପଡିଆରୁ ଆସିବା ପରେ ବ୍ୟାଟ ଫିଙ୍ଗି ଦେଇଥିଲେ । ଓଭରାଲ ୫ ଜଣ ଖେଳାଳି ଏ ପର୍ଯ୍ୟନ୍ତ ଆଇପିଏଲରେ ରିଟାୟର୍ଡ ଆଉଟ ହୋଇଛନ୍ତି । ସେମାନେ ହେଲେ ରବିଚନ୍ଦ୍ରନ ଅଶ୍ୱୀନ, ଅଥର୍ବ ତାୟଡେ, ସାଈ ସୁଦର୍ଶନ, ତିଳକ ବର୍ମା ଓ ଡେଭନ କନୱେ ।

Comments are closed.