Latest Odisha News

ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅନୁମୁଲା ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯିବା ପରେ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ଫିଟିଛି। ଗୁରୁବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା କେ.ସି ବେଣୁଗୋପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ବରିଷ୍ଠ ନେତାଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାହୁଲ ଗାନ୍ଧୀ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ମାଣିକରାଓ ଠାକରେ ପ୍ରମୁଖ ଉପସ୍ଥିତ ଥିଲେ।

ନିକଟରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜୟୀ ଘୋଷଣା କରିବା ପରଠାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ଏହି ଘୋଷଣା ଶେଷ କରିଛି।

ଗତ ଦୁଇ ଦିନ ତଳେ ରାଜ୍ୟ କଂଗ୍ରେସର କିଛି ନେତାଙ୍କ ପକ୍ଷରୁ ରେବନ୍ତ ରେଡ୍ଡୀଙ୍କ ପ୍ରାର୍ଥିତ୍ୱକୁ ପ୍ରବଳ ବିରୋଧ କରାଯାଇଥିଲା। ଏପରିକି ଆଜି ପୂର୍ବାହ୍ନରେ ଉତ୍ତମ ରେଡ୍ଡୀ ଘୋଷଣା କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି।

Comments are closed.