ମୁମ୍ବାଇ: ନିଆରା ତାଙ୍କ ଅନ୍ଦାଜ , ନିଆରା ତାଙ୍କ ଷ୍ଟାଇଲ୍ । ଦର୍ଶକଙ୍କ ପାଇଁ ସେ ହେଉଛନ୍ତି ରିବେଲ ଷ୍ଟାର୍ । ହଁ ଆଜ୍ଞା ଆମେ କହୁଛି ପାନ୍ ଇଣ୍ଡିଆ ଅଭିନେତା ପ୍ରଭାସଙ୍କ କଥା । ଆଜି ହେଉଛି ତାଙ୍କର ୪୪ତମ ଜନ୍ମଦିନ । ୧୯୭୯ ମସିହା ଆଜିର ଦିନରେ ତାଙ୍କର ଜନ୍ମ । ପ୍ରଭାସଙ୍କ ଆକ୍ସନ ଓ ରୋମାନ୍ସ ଦର୍ଶକଙ୍କ ହୃଦୟ ଜିତିଛି । ପିଲାଠୁ ବୁଢା , ସମସ୍ତେ ତାଙ୍କ ଫ୍ୟାନ୍ । ପ୍ରଭାସ ସିନେମା ବ୍ୟାକଗ୍ରାଉଣ୍ଡ ପରିବାରରୁ ଆସିଛନ୍ତି । ହେଲେ ବି ସେ କେବେ ଅଭିନେତା ହେବାକୁ ଇଚ୍ଛା ପ୍ରକାଶ କରିନଥିଲେ । ପ୍ରଭାସଙ୍କ ଚଳଚିତ୍ରକୁ ଆସିବା ପଛରେ ରହିଛି ଏକ ଲମ୍ବା କାହାଣୀ ।
ପ୍ରଭାସ ପ୍ରଥମେ ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ହେଲେ ପ୍ରଭାସଙ୍କ ଦାଦା ଏକ ଚଳଚିତ୍ର ନିର୍ମାଣ କରୁଥିଲେ । ସେହି ଚଳଚିତ୍ରର କାହାଣୀର ହିରୋ ପ୍ରଭାସଙ୍କ ପ୍ରକୃତ ଜୀବନ ଚରିତ୍ର ସହିତ ସମାନ ଥିଲା । ଏଭଳି ପରିସ୍ଥିତିରେ ପ୍ରଭାସଙ୍କ ଦାଦା ତାଙ୍କୁ ଚଳଚିତ୍ର ପାଇଁ ପ୍ରବର୍ତ୍ତାଇଥିଲେ । ୨୦୦୦ ମସିହାରେ ପ୍ରଭାସ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଇଶ୍ବର ଫିଲ୍ମ ଥିଲା ପ୍ରଭାସଙ୍କ ଅଭିନୀତ ପ୍ରଥମ ଚଳଚିତ୍ର । ଚଳଚିତ୍ରଟି ବେଶି ଦିନ ଚାଲିନଥିଲା ।
ପରେ ବାହୁବଲୀ ଚଳଚିତ୍ରରେ ନଜର ଆସିଥିଲେ ପ୍ତାରଭାସ । ଏହା ତାଙ୍କ କ୍ୟାରିୟରର ମାଇଲଷ୍ଟୋନ୍ କହିଲେ ଅତ୍ୟୁକ୍ତି ହେବନି । ଏହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । କୁହାଯାଏ ପ୍ରଭାସଙ୍କୁ ଏପର୍ଯ୍ୟନ୍ତ ୬୦୦୦ଟି ପ୍ରସ୍ତାବ ଆସିଲାଣି । କିନ୍ତୁ ସେ ସବୁକୁ ମନାକରିଦେଇଛନ୍ତି । ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ପ୍ରଭାସ କାହାକୁ ବିବାହ କରିବେ , ସେ ନେଇ କୌଣସି ସୂଚନା ମିଳିନି ।
Comments are closed.