ରାଉରକେଲା: ଇସ୍ପାତ ନଗରୀରେ ଏକ ଚାଞ୍ଚଲ୍ୟକର ଖବରକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଜଣେ ଯୁବତୀଙ୍କୁ ବିବାହ କରିବାରେ ବିଫଳ ହେବାପରେ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରି ଗିରଫ ହୋଇଛନ୍ତି ବିହାର ରାଜ୍ୟର ଜଣେ ଯୁବକ ।
ଅଭିଯୁକ୍ତ ଜଣକ ଅମନଜିତ ଶର୍ମା ଏବଂ ସେ ବିହାର ରାଜ୍ୟର ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ମିଳିଥିବା ସୂଚନାନୁଯାୟୀ, ସୋସିଆଲ୍ ମିଡ଼ିଆରେ ରାଉରକେଲାର ଜଣେ ଯୁବତୀଙ୍କ ସହିତ ବିହାରର ଅମନଜିତଙ୍କ ସହିତ ପରିଚୟ ହୋଇ ସମ୍ପର୍କ ସୃଷ୍ଟି ହୋଇଥିଲା । ମାସକ ପୂର୍ବରୁ ଯୁବତୀଙ୍କ ବିବାହ ହୋଇଥିଲା । ଏହାକୁ ଗ୍ରହଣ କରିନପାରି ପ୍ରତିଶୋଧାତ୍ମକ ଭାବେ ଅଭିଯୁକ୍ତ ଜଣକ ଫେସବୁକରେ ଏକ ଫେକ୍ ଆଇଡ଼ି କରି ଯୁବତୀଙ୍କ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଅପଲୋଡ଼ କରିଦେଇଥିଲେ ।
ଏହି ଫଟୋ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ ପୀଡ଼ିତା ଜଣକ ସାଇବର୍ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଛାନଭିନ୍ନ ହୋଇଥିଲା ଏବଂ ବିହାରରୁ ଗୁରୁବାର ଦିନ ଗିରଫ ହୋଇଥିଲା ଅଭିଯୁକ୍ତ ଅମନଜିତ ।
ଅଭିଯୁକ୍ତ ଅମନଜିତକୁ ଶୁକ୍ରବାର ଦିନ କୋର୍ଟକୁ ଚାଲାଣ କରାଯାଇଥିବାର ସୂଚନା ମିଳିଛି ।
Comments are closed.